ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଭାତପଡା ଛକ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବାଇକ୍ ଆରୋହୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ତେନ୍ତୁଲିଢିହ ପଞ୍ଚାୟତ କମଳପୁର ଗାଁର ବିଶ୍ୱଜିତ ନାଥ । ଖବର ପାଇ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ବାଇକ୍ ସହ ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି । ହେଲେ ଦୁର୍ଘଟଣା ଘଟାଇଥିବା ଗାଡିର ସନ୍ଧାନ ମିଳିପାରି ନାହିଁ ।

Leave A Reply

Your email address will not be published.

5 − three =