jayashree

ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ : ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସର ତଦନ୍ତ ଆରମ୍ଭ 

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ସହ ମୋବାଇଲ ଫୋନ ମଧ୍ୟ ଲୁଟ୍‌ କରି ଦୁର୍ବୁତ୍ତମାନେ ଫେରାର ମାରିଥିବା ସଇଁତଲା ଥାନାରେ ଅଭିଯୋଗ ହୋଇଛି । ଏନେଇ ବଲାଙ୍ଗିର ସାଇଣ୍ଟିଫିକ ଟିମ୍‌ ଓ ସଇଁତଲା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଯାହାକୁ ନେଇ ଅଞ୍ଚଳରେ ଭୟର ଆତଙ୍କ ଦେଖାଦେଇଛି । ପ୍ରକାଶ ଯେ, ସଇଁତଲା ଥାନାର ଶିଶକେଲା ପଞ୍ଚାୟତରେ ଥିବା ବିନ୍ଦନବାହାଲି ମଦ ଭାଟିରେ  ଗତ ୧୮ ତାରିଖ ରାତି ୯ ଘଣ୍ଟା ସମୟରେ ୮/୧୦ ଜଣ ଦୁର୍ବୁତ୍ତମାନେ ମଦଭାଟିକୁ ମଦ କିଣିବା ବାହାନାରେ ଯାଇଥିଲେ । ହଠାତ ଭାଟିର ମେନେଜର ଓ ସେଲ୍‌ସମ୍ୟାନଙ୍କୁ ମାଡ଼ ମାରିବା ପରେ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭାଟିରେ ଥିବା ୧ ଲକ୍ଷ ୮୦ ହଜାର ଟଙ୍କା ସହ ୨ ଗୋଟି ମୋବାଇଲ ଫୋନକୁ ଦୁର୍ବୁତ୍ତମାନେ ଲୁଟ୍‌ କରି ଫେରାର ମାରିଥିଲେ । ଏନେଇ ମଙ୍ଗଳବାର ଦିନ ଭାଟି ମେନେଜର ପିଙ୍କୁ ସିଂ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ସଇଁତଲା ଆଇଆଇସି ଅବନୀ ସାହୁ, ବଡ଼ମାଳ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ଏଏସ୍‌ଆଇ ଥବିର ମହାରଣାଙ୍କ ସହ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ପହଂଚି ଘଟଣାର ଖୋଡ଼ତାଳ ଆରମ୍ଭ କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ପୋଲିସ କୌଣସି ସୁରକ ପାଇ ନ ଥିବା ବେଳେ ଜୋରସୋର ଘଟଣାର ତଦନ୍ତ ଜାରୀ ରଖିଛି । 

Leave A Reply

Your email address will not be published.