pakka

ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ସଂପର୍କିତ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ଅନ୍ତର୍ଗତ ଏକ ନମ୍ବର ୱର୍ଡରେ ଥିବା ଭୁରସୁଲ ବନ୍ଧ, ନିଲି ବନ୍ଧ, ଟାଙ୍ଗରପଡା, ଜୀରା ନଦୀ ବସ୍ତି ବାସିନ୍ଦାଙ୍କ ଉନ୍ନତିକୁ ଦୃଷ୍ଟିରେ ଉକ୍ତ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଆୟୋଜିତ ହୋଇଯାଇଛି । ୫ଟି ଅନ୍ତର୍ଗତ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ସଂପର୍କ ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ କିପରି ଦକ୍ଷତା ବୃଦ୍ଧି ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଆୟୋଜିତ ସଭାରେ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପୌର ଏମଇ ଏଲିନା ଏକ୍କା, ୱାର୍ଡ କାଉନସିଲର ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଓ୍ବାର୍ଡର ସମସ୍ତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବସ୍ତିର ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.

eighteen + 5 =