pakka

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ତରୀୟ ମୋ କଲେଜ ଅଭିଯାନ ବୈଠକ ଅନୁଷ୍ଠିତ

kalikesh

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୋ କଲେଜ ଅଭିଯାନ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୂଳପତି ଡା. ଉମା ବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟବୃନ୍ଦ ଯୋଗଦାନ କରିଥିଲେ ଓ ବିଶ୍ୱ ବିଦ୍ୟାଳୟର ଭବିଷ୍ୟତ ରୂପରେଖକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏକ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଏବଂ ଏହି ଅନୁଷ୍ଠାନକୁ ନେଇ ଗର୍ବ ଅନୁଭବ କରୁଥିବା ସମସ୍ତ ପୁରାତନ ଛାତ୍ରମାନଙ୍କୁ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ କରିବା ବିଷୟକୁ ନେଇ ଗୁରୁତ୍ୱାରୋପ କରାଯାଇଥିଲା ଓ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ପ୍ରକାଶଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ଯୋଜନା ଅନୁଯାୟୀ ପୁରାତନ ଛାତ୍ରମାନଙ୍କ ଦ୍ୱାରା ପ୍ରଦତ୍ତ ଆର୍ଥିକ ସହଯୋଗ ରାଶିର ଦ୍ୱିଗୁଣ ଅନୁଦାନ ସରକାର ପ୍ରଦାନ କରିବେ, ଏଣୁ ଅଧିକରୁ ଅଧିକ ପୁରାତନ ଛାତ୍ରମାନଙ୍କ ନିକଟରୁ ସହଯୋଗ ରାଶି ସଂଗ୍ରହ ତଥା ସଂପୃକ୍ତି ପୂର୍ବକ ବିଶ୍ୱବିଦ୍ୟାଳୟର ଉନ୍ନତି କଳ୍ପେ ସରକାରଙ୍କ ନିକଟରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଅଧିକ ଆର୍ଥିକ ଅନୁଦାନ ଆଣିବା ଦିଗରେ ଉଦ୍ୟମ କରାଯିବା ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥିର କରାଗଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ମୋ କଲେଜ ଅଭିଯାନ ପାଣ୍ଠିରେ ନ୍ୟୁନତମ ପାଞ୍ଚ ଲକ୍ଷ ଟଙ୍କା ଜମା କରାଯିବା ପୂର୍ବକ ସରକାରଙ୍କ ଭାଗାଂଶ ଅନୁଦାନ ପାଇଁ ଆବେଦନ କରାଯିବା ନିଷ୍ପତ୍ତି ଗ୍ରହଣ କରାଗଲା । ପୁରାତନ ଛାତ୍ରମାନେ ଚାହିଁଲେ ସିଧା ସଳଖ ମୋ କଲେଜ ଅଭିଯାନ ବିଶ୍ୱବିଦ୍ୟାଳୟ ଜମା ଖାତାରେ ନିଜର ସହଯୋଗ ରାଶି ପ୍ରଦାନ କରି ପାରିବେ ଏବଂ ସବିଶେଷ ତଥ୍ୟ ସମ୍ବଳିତ ଏକ ନିବେଦନ ପତ୍ର ପୁରାତନ ଛାତ୍ରମାନଙ୍କୁ ଆଲୁମିନି ଜରିଆରେ ପ୍ରେରଣ କରାଯିବା ସ୍ଥିର କରାଗଲା । ପରବର୍ତ୍ତି ବୈଠକ ଗୁଡିକୁ ପର୍ଯ୍ୟାୟକ୍ରମେ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଯୋଗଦାନ ନିମନ୍ତେ ନିମନ୍ତ୍ରଣ କରାଯିବା ସହିତ ବିଶ୍ୱବିଦ୍ୟାଳୟ ପରିସରରେ ନିୟମିତ ବ୍ୟବଧାନରେ ଶୈକ୍ଷିକ ଆଲୋଚନା ଚକ୍ର, ସମାଜିକ, ସାଂସ୍କୃତିକ, କ୍ରିଡା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ ପ୍ରସ୍ତାବକୁ ସ୍ୱାଗତ କରାଯାଇଥିଲା । ଏହି ବୈଠକରେ ଡା. ଦୁର୍ଗା ପ୍ରସନ୍ନ ମହାପାତ୍ର, ଡା. ଅଭିମନ୍ୟୁ ମିଶ୍ର, ଡା. ଶ୍ରୀକର ମିଶ୍ର, ପ୍ରିୟରଂଜନ ବହିଦାର, ଅସୀମ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ମଦନ ମୋହନ ପ୍ରଧାନ ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

pp
Leave A Reply

Your email address will not be published.

3 × one =