pakka

ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିର ମୁକାବିଲା କରିବାକୁ ଅଭିନବ ଉପାୟରେ ଜାତୀୟ ରାଜପଥରେ ଚାଲିଛି ଗଛ କଟା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ରନ୍ଧନ ଗ୍ୟାସର ମୂଲ୍ୟ ଲଗାତାର ଭାବେ ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ଯାହାଫଳରେ ବାଧ୍ୟ ହୋଇ ରୋଷେ‌ଇ କରିବା ପାଇଁ ସିଲିଣ୍ଡର ଚୁହ୍ଲାକୁ ଛାଡ଼ି ମାଟି ଚୁହ୍ଲା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜଙ୍ଗଳ ବିଭାଗ ପକ୍ଷରୁ ଗଛ କଟାକୁ ନେଇ ବାରଣ କରୁଥିବାରୁ ବାଧ୍ୟ ହୋଇ ଜାତୀୟ ରାଜପଥ ଉପର ଥିବା ପୁରୁଣା ଗଛ ଉପରେ ସାଧାରଣ ଲୋକଙ୍କ ନଜର । ଏହି ଗଛକୁ ରନ୍ଧାଘର ଚୁହ୍ଲିକୁ ନେବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିବା ନଜରକୁ ଆସିଛି । ପ୍ରଥମେ ଗଛ ମୂଲରେ ନିଆଁ ଲଗାଇ ଦେବା । କିଛି ଦିନ ପରେ ମୂଲ ପୋଡ଼ିଯିବା ପରେ ଚତୁରତା ସହ ସେହି ଗଛକୁ କାଟି ଆଣିବା ପରି ବୁଦ୍ଧି ବ୍ୟବହାର କରି ସଫଳ ହେଉଛନ୍ତି । ଯଦ୍ବାରା ରାସ୍ତାରେ ଲଗାଯାଇଥିବା ପୁରୂଣା ଓ ମୂଲ୍ୟବାନ ଗଛ ତ ନଷ୍ଟ ହେଉଛି କିନ୍ତୁ ଗଛ ମୂଳ ପୋଡ଼ି ଯିବା ପରେ ରାସ୍ତା ଉପରେ ଦୁର୍ବଳ ଅବସ୍ଥାରେ ରହୁଛି ପୋଡ଼ା ଗଛ । ଖରା ମାସରେ ସାଧାରଣତଃ ଉପର ଓଲି ପବନ ହେବା ସମ୍ଭାବନା ଥାଏ । ଯଦି ଏହି ରାସ୍ତା ଦେଇ କୌଣସି ଗାଡ଼ି କିମ୍ବା ଯାତ୍ରୀ ଯିବା ସମୟରେ ଯଦି ଗଛ ପଡ଼ିଯାଏ ତାହା ହେଲେ କେଉଁ ପ୍ରକାର ଅଘଟଣ ଘଟିବ ତାହା ଅସାମାଜିକ କାମ କରୁଥିବା ବ୍ୟକ୍ତି ବୁଝିବା ଉଚିତ୍‌ ବୋଲି ମତ ପ୍ରକାଶ ପାଉଛି । ଏହି ଅସାମାଜିକ କାମ କରୁଥିବା ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

1 × four =