oom

ଗାଇସିଲେଟ ଅଞ୍ଚଳରେ ବଣୁଆ ହାତୀର ଆତଙ୍କ ଖେଳୁଥିବା ବେଳେ ବନବିଭାଗ କର୍ମଚାରୀ ସୂଚନାର ଅଭାବ ଯୋଗୁଁ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବ ସାମ୍ବାଦିକ ଆଶିଷ କୁମାର ଭୋଇ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନ ଗାଇସିଲେଟ ବନବିଭାଗ ଅଞ୍ଚଳ ବର୍ତ୍ତମାନ ବଣୁଆ ହାତୀ ଗାଁ ମୁହାଁ ହୋଇ ତାଣ୍ଡବ ଲୀଳା ଚଲାଇଛ‌ନ୍ତି । କିନ୍ତୁ ଗାଇସିଲେଟର ବନ ବିଭାଗ ଗାଁ ଗହଳିର ସାଧାରଣ ଲୋକଙ୍କୁ ସଚେତନ କରୁ ନାହାନ୍ତି । ଯାହାର କି ଉଦାହରଣ ହେଉଛି ଗାଇସିଲେଟ ବ୍ଲକର ରାଇସଲପଦର ଗ୍ରାମପଞ୍ଚାୟତରେ ୩ ଜଣ ଙ୍କୁ କଚାଡି ମାରିଥିବା ବେଳେ ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । କାରଣ ସରକାର ବନ ବିଭାଗ‌ଙ୍କୁ ଦେଇଥିବା ନିୟମ ହିସାବରେ ବନ ବିଭାଗର କର୍ମଚାରୀ ମାନେ ଡାକ ବାଜିଯନ୍ତ୍ରରେ ଗାଁ ଗାଁ ବୁଲି ସଚେତନତା କରିବା କଥା ହେଲେ, ସେତିକି ମଧ୍ୟ କରୁ ନାହାନ୍ତି । ସାଧାରଣତ ସନ୍ଧ୍ୟା ଠାରୁ ରାତ୍ରି ସମୟରେ ବଣୁଆ ହାତୀ ମାନେ ଗାଁ ମୁହାଁ ହୋଇଥାନ୍ତି । ତେଣୁ ବନ ବିଭାଗର କର୍ମଚାରୀ ମାନେ ରାତିରେ ଘୁରି ବୁଲିବା କଥା କିନ୍ତୁ ରାତ୍ରି ସମୟର କଥା ତ ଛାଡ଼ନ୍ତୁ ଦିନରେ ମଧ୍ୟ କର୍ତବ୍ୟରେ ଅବହେଳା କରୁଛନ୍ତି । ଯାହା ଫଳରେ ବାରମ୍ବାର ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଯୁବ ସାମ୍ବାଦିକ ଆଶିଷ କୁମାର ଭୋଇ ଗାଇସିଲେଟ ଅଞ୍ଚଳ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ସ୍ଥାନକୁ ଯାଇଥିଲେ ଓ ଖବର ପ୍ରସାରଣ କରି ସାରି ନିଜର ସହଯୋଗୀ କ୍ୟାମେରା ମ୍ୟାନ୍‌ ମଙ୍ଗଳୁ ସାହୁଙ୍କ ସହ ଘରକୁ ଫେରୁଥିବା ବେଳେ ଗାଇସିଲେଟରୁ ପଦ୍ମପୁର ଯିବା ରାସ୍ତାରେ ଯେନକେଡ଼ା ଓ ତାଲପାଲି ଗ୍ରାମ ମଝିରେ ଏକ ବଣୁଆ ହାତୀ ରାସ୍ତା କଡରେ ଛିଡା ହେବାର ଦେଖିଥିଲେ ଏବଂ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଯୁବ ସାମ୍ବାଦିକ ଆଶିଷ କୁମାର ଭୋଇ ନିଜସ୍ୱ ବୁଦ୍ଧି ପ୍ରୟୋଗ କରି ତୁରନ୍ତ ପଛକୁ ଜେନକେଡ଼ା ଛକକୁ ଦ୍ରୁତ ଗତିରେ ଆସିଥିଲେ ଏବଂ ଜେନଜେଡା ଗ୍ରାମର ଛକରେ ଅଟକି ସାଙ୍ଗେ ସାଙ୍ଗେ ଗାଇସିଲେଟ ଫରେଷ୍ଟରଙ୍କୁ ଫୋନ ମାଧ୍ୟମରେ ସଂଯୋଗ କରିଥିଲେ କିନ୍ତୁ ତାଙ୍କର ଫୋନ ବନ୍ଦ ଥିବାରୁ କୁଳିଆରୀ ଫରେଷ୍ଟର ଗାଡ଼ ଆଜ଼ାଦ ବାବୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । କିନ୍ତୁ ତା‌ଙ୍କ ଫୋନ୍‌ ମଧ୍ୟ ବନ୍ଦ ଅଛି ବୋଲି କହିଲା । ତେବେ ଏହି ସବୁ ବିଷୟରୁ ପ୍ରତକ୍ଷ ପ୍ରମାଣ ମିଳୁଛି ଯେ ଗାଇସିଲେଟ ବନବିଭାଗର କର୍ମଚାରୀଙ୍କ କର୍ତବ୍ୟ କିଭଳି ଭାବେ ତୁଲାଉଛନ୍ତି । ଯଦି ଆଗାମୀ ଦିନରେ ଏପରି କାର୍ଯ୍ୟରେ ଅବହେଲିତ ହେଲେ ଭବିଷ୍ୟତରେ ଆଗାମୀ ଦିନରେ କେତେ ଗ୍ରାମବାସୀ ହାତୀ ଆକ୍ରମଣର ଶିକାର ହେବେ ତାହା କଳ୍ପନା କରିହେବ ନାହିଁ ବୋଲି ସାଧାରଣରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି ।

jittmm
Leave A Reply

Your email address will not be published.