jayashree

କଲେଜ ଛାତ୍ରୀଙ୍କ ବ୍ୟାଗ ଝିଙ୍କିନେଲେ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା । ପଛପଟୁ ଆସିଲେ କଲେଜ ଛାତ୍ରୀଙ୍କ ବ୍ୟାଗ ଝିଙ୍କି ନେଇ ଫେରାର ମାରିଲେ । ଦିନ ଦ୍ୱିପ୍ରହରେ, ବିଚ୍‌ ରାସ୍ତାରେ ଲୁଟ । ଘଟଣା ଘଟିଛି ବଲାଙ୍ଗିର ସହର ସଦର ବ୍ଲକ ସମ୍ମୁଖରେ । ବଲାଙ୍ଗିର ଜିଲ୍ଲା ଡ୍ରାଇଭର ସଂଘର ସଭାପତି ସତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଶର୍ମିଷ୍ଠା ପ୍ରଧାନ ରାଜେନ୍ଦ୍ର ୟୁନିଭରସିଟିର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ । ଆଜି କଲେଜରୁ ଫେରୁଥିବା ସମୟରେ ବ୍ଲକ ଛକ ଠାରେ ହଠାତ୍‌ ଦୁଇଜଣ ଲୁଟେରା ବାଇକରେ ପଛପଟୁ ଆସିଥିଲେ । ହଠାତ୍‌ ଛାତ୍ରୀଙ୍କ ବ୍ୟାଗ ଝିଙ୍କି ନେଇ ଫେରାର ମାରିଥିଲେ । ବ୍ୟାଗ ଭିତରେ ମୋବାଇଲ ଓ ବାର ଶହ ଟଙ୍କା ଥିଲା । ଏନେଇ ବାଲାଙ୍ଗିର ଲକ୍ଷ୍ମୀଜୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀ । ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି । ବଲାଙ୍ଗିରରେ ଲୁଟେରାମାନେ ମାତିଥିବାରୁ ଜନସାଧାରଣ ଅସୁରକ୍ଷିତ ମନେ କରୁଛନ୍ତି । ଅପରାଧୀମାନଙ୍କୁ ଏନକାଉଣ୍ଟର କରିବାକୁ ଲୋକେ ଦାବି କରୁଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.