jayashree

୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗ କାର୍ଯ୍ୟାଳୟ ପରିସରରେ ସର୍କଲସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀ ସୁରକ୍ଷା, ସଂରକ୍ଷଣ ଏବଂ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ବନ ଅଧିକାରୀଙ୍କ ସମେତ ବନ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଏବଂ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବନ୍ୟପ୍ରାଣୀ ସୁରକ୍ଷା ସହ ପରିବେଶ ସନ୍ତୁଳନ ରକ୍ଷା କରିବା ନେଇ ଏହି ଅବସରରେ ସଚେତନତା ବାର୍ତ୍ତା ଦିଆଯାଇଥିଲା ।

Leave A Reply

Your email address will not be published.