jayashree

ଜାତୀୟ କନିଷ୍ଠ ଏଥ୍‌ଲେଟିକସ ଚମ୍ପିୟାନସିପ୍‌ରେ ଭାଗନେବେ ବିଶ୍ୱଜିତ

  • ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ଜିଲ୍ଲାପାଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : କଠୋର ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ଆଗରେ ହାରମାନିଲା ଦାରିଦ୍ର୍ୟ । ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଚିପଟଅସ୍ତିଆର ବାସିନ୍ଦା ବିଜୟ ଦାସଙ୍କ ପୁଅ ବିଶ୍ୱଜିତ ଦାସ । ଦାରିଦ୍ର୍ୟତା ଭିତରେ ପାଠ ପଢିବା ସହିତ ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ । ରାଇରଙ୍ଗପୁର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ୩୭ତମ ପୂର୍ବାଞ୍ଚଳ କନିଷ୍ଠ ଏଥଲେଟିକ ଚମ୍ପିୟାନସିପରେ ୧୧୦ ମିଟର ହଡଲସ ଓ ଲମ୍ବ ଡିଆଁରେ କାଂଶ୍ୟପଦକ ଏବଂ ୪୍ଠ୧୦୦ ମିଟର ରିଲେ ରେସରେ ରୌପ୍ୟ ପଦକ ହାସଲ କରି ଚେନ୍ନାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ ବିଶ୍ୱଜିତଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରି ଜାତୀୟ ପ୍ରତିଯୋଗିତାରେ ସଫଳତା କାମନା କରିଛନ୍ତି । ବର୍ତ୍ତମାନ ସେ କେଉଁଝର ସ୍ଥିତ କ୍ରୀଡା ଛାତ୍ରାବାସରେ ରହି +୩ ୧ମ ବର୍ଷର ଛାତ୍ର । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଅମିତାଭ ଦାସ ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, କୋଚ ଦଲନ ଚନ୍ଦ୍ର କୁଁଅର ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.