pakka

ଜେଏସ୍‌ପିଏଲ୍‌ ପକ୍ଷରୁ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

bbehera

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ କର୍ମଚାରୀମାନେ ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସମ୍ମାନ ସୂଚକ ଭାବେ ୨ ମିନିଟର ନୀରବ ପ୍ରାର୍ଥନା ଜେଏସ୍‌ପିଏଲ୍‌ର ପାୱାର ପ୍ଳାଣ୍ଟ ଅଫିସ ପରିସରରେ ଆୟୋଜିତ ହୋଇଥିଲା ଏବଂ ଜେନେରାଲ ବିପିନ ରାୱତ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଉପଲବଧି ବିଷୟରେ ସ୍ମରଣ କରଯାଇଥିଲା । ଏହି ଅବସରରେ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏହା ସହ ଶ୍ରୀ ମିତ୍ତଲ ଜଣେ ଭାରତୀୟ ବାୟୁ ସେନାର ଯୁବ ଜୁନିଅର ୱାରାଣ୍ଟ ଅଫିସର ରାଣା ପ୍ରତାପ ଦାସଙ୍କ ବିୟୋଗରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ରାଣା ପ୍ରତାପ ଦାସ, ଅନୁଗୋଳ ଜିଲ୍ଲା ନିବାସୀ ଏବଂ ସେ ମଧ୍ୟ ଗତକାଲିର ଏହି ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.

five × five =