pakka

ଘାସ ବୁଦାମୂଳରୁ ନାବାଳକର ମୃତଦେହ ଉଦ୍ଧାର : ସର୍ପାଘାତ ସନ୍ଦେହ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନାର ଖଡିକେରା କେନାଲ ବନ୍ଧ ରାସ୍ତା ନିକଟରୁ ଜଣେ ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତକାଲି ଦିନ ୩ଟା ବେଳୁ ବୀରପୁରଷୋତ୍ତମପୁର ଗ୍ରାମର ଆଶୋକ ବେହେରାଙ୍କ ପୁଅ ଦୀପକ ବେହେରା (୧୬) ଘାଷ କାଟିବାକୁ ଘରୁ ଦାଆ, ସାଇକେଲ ନେଇ ଯାଇଥିଲେ । ହେଲେ ରାତି ହୋଇଯାଇଥିଲେ ମଧ୍ୟ ଘରକୁ ଫେରିନଥିଲେ । ପରିବବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ କୌଣସି ଖବର ପାଇନଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଶୌଚହେବା ପାଇଁ ଯିବା ବେଳେ ଜଣେ କିଏ ଘାସ ବୁଦାମୂଳେ ମୁହଁ ମାଡି ପଡିଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି । ଘାସ କାଟିବା ସମୟରେ କୌଣସି ବିଷଧର ସରିସୃପ କାମୁଡି ଦେଇଥିବା ଅନୁମାନ କରାଯାଉଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ୧୧/୨୧ ରେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି ।

Leave A Reply

Your email address will not be published.

four × 1 =