mahavir

ସିରୋଲ ଗ୍ରାମରେ ବାବା ସାହେବ ଡ. ବି. ଆର୍‌. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ଗ୍ରାମଠାରେ ବାବା ସାହେବ ଡ. ବି. ଆର୍‌. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧକ୍ଷ ମୁରିବାହାଲ ବ୍ଲକ ହଂସରାଜ ଜୈନ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବରେ ବିଜେଡି ନେତା ଗିରିରାଜ ସିଂ ମାଝୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଲମ୍ବୋଦର ବଗର୍ତ୍ତୀ, ଅଗସ୍ତି ବାଗ, ଧନଞ୍ଜୟ ମହାନନ୍ଦ, ଗୋବର୍ଦ୍ଧନ ଭରାସାଗର, ହୁତାଶନ ବାଗ, ମିନିକେତନ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ହାଇସ୍କୁଲ ଶିକ୍ଷକ ଉତ୍କଳମଣି କୁମ୍ଭାର କରିଥିବା ବେଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.