mahavir

ସୁବର୍ଣ୍ଣପୁର ଜିଲ୍ଲାରେ ହଲଚଲ : ଜୟ ଭୀମ ନାରା ଦେଲେ ଶ୍ରୀରାମଙ୍କ ଫଟୋ ଫାଡ଼ିଲେ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଧୁମଧାମରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ସହ ହନୁମାନ ଜୟନ୍ତୀ ପାଳନ ହୋଇଥିଲା । କିନ୍ତୁ ଜିଲ୍ଲାର ବୀରମହାରାଜପୁର ଠାରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କ ଫଟୋଚିତ୍ରକୁ ଭୀମ ଆର୍ମି କର୍ମକର୍ତ୍ତାମାନେ ଚିରାଫଡା କରିବା ସହ ଦଳି ଚକଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏହା ହିନ୍ଦୁ ସନାତନୀମାନଙ୍କୁ ବହୁତ୍ ଆଘାତ ଦେଇଛି । ସୂଚନାଯୋଗ୍ୟ ଯେ, ଗତକାଲି ବୀରମହାରାଜପୁର ଆମ୍ବେଦକର ଭବନ ଠାରୁ ବୀରମହାରାଜପୁର ଚାରିଛକ ଅଭିମୁଖେ ବାବା ସାହେବଙ୍କ ରାଲି ବାହାରିଥିଲା ବେଳେ ବିଧାୟକ ଇଂ ରଘୁନାଥ ଜଗଦଲା ମଧ୍ୟ ସାମିଲ ଥିଲେ । କିନ୍ତୁ ପରେ ଚାରିଛକ ଠାରେ ସ୍ଥାନୀୟ ବଜରଙ୍ଗ ଦଳ ପକ୍ଷରୁ ଲାଗିଥିବା ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କ ଫଟୋକୁ ଜୟ ଭୀମ ନାରା ଦେଇ କିଛି ଦୁର୍ବୃତ୍ତ ଚିରି ଦେବା ସହ ଦଳାଚକଟା କରିଥିଲେ । ଏନେଇ ପରେ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଥିବା ଜଣାପଡିଛି । ବୀରମହାରାଜପୁର ବିଧାୟକ ଆଉ ପୋଲିସ ପ୍ରଶାସନ ଥାଇକି ମଧ୍ୟ ଏହି ଘଟଣା ଘଟିଥିବା ଦୁର୍ଭାଗ୍ୟର ବିଷୟ ବୋଲି ବଜରଙ୍ଗ ଦଳ ଅଭିଯୋଗ କରିଛି । ସେପଟେ ପରେ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ବିଜେପି ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଗକୁ ପୋଲିସ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଛି । ଶ୍ରୀରାମଙ୍କ ରାଜ୍ୟରେ ରହି ମଧ୍ୟ ଆମ ଭଗବାବଙ୍କୁ ଏତେ ଅପମାନ କରିଥିବାରୁ ରାଜନୀତିର ଗତି କୁଆଡ଼େ ଯାଉଛି ଗୃହ ଶତ୍ରୁ ରହିଲେ ବାହାର ଶତ୍ରୁ କଣ ଦରକାର ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.