୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କଲା ପୋଲିସ

ଗଞ୍ଜାମ : ୮ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାକୁ ଅପରାଧମୁକ୍ତ ଅଚଂଳ କରିବା ପାଇଁ ଏକ ନୂଆ ଟିମ୍‌ ଗଠନ କରାଯାଇଥିଲା । ଟିମ୍‌ରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏବଂ ବରଗଡ ଥାନା ଅଧିକାରୀ ଧରାକୋଟ ଥାନା ଅଧିକାରୀ ରହିଥିଲେ । ଆସିକା ପୋଲିସକୁ ବଡ ଧରଣର ସଫଳତା ମିଲିଛି । ଏକା ଥରକୁ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର, ୫୩ ରାଉଣ୍ଡ ଗୁଳି, ୧୦ଟି ମାଉଜର, ୧୨ଟି ବୋମା ସହିତ ୪ଟି ବାଇକ ଜବତ କରାଯାଇଛି । ଅପରାଧୀମାନଙ୍କ ନାଁରେ ବିଭିନ୍ନ ଥାନାରେ ଗୁଡ଼ାଏ ମାମଲା ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.