ସହିଦଙ୍କ ସ୍ମୃତିରେ ଏନସିସି ପରିବାର କଲା ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ‘ଆମ ଓଡ଼ିଶା’ ଓ ଏନସିସି ପରିବାର, ପଞ୍ଚାୟତ କଲେଜ ତରଫରୁ ଗତ ମୁମ୍ବାଇ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଓ ଏନସିସି ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପଞ୍ଚାୟତ କଲେଜ ଏନସିସି କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଏନସିସି ଅଫିସର କ୍ୟାପଟେନ ପାଣ୍ଡବ ବେହେରା ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ କଲେଜ ଏଏନଓ ଲେଫ୍ଟନାଣ୍ଟ ଲିଲିମା ମେହେର ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଉକ୍ତଦାନ ଶିବିରରେ ୩ଜଣ ମହିଳା ରକ୍ତଦାତା ସମେତ ମୋଟ ୩୩ ୟୁନିଟ ରକ୍ତସଂଗ୍ରହ ହୋଇଥିଲା । ଶିବିରଟି ପୂର୍ବତନ ଏନସିସି ଛାତ୍ର ମୁକେଶ ମିଶ୍ର ଓ ଉତ୍ତମ ପଧାନଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ପୂର୍ବତନ ଛାତ୍ର ରୋହିତ ଜସ୍ୱାଲ, ସଞ୍ଜୟ ଶତପଥୀ, ନିଧାନ ଦନ୍ତା, ଭୈରବୀ ସାହୁ, ଆଶିଷ ପ୍ରଧାନ, ଆଶିଷ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ । ବରଗଡ଼ ରକ୍ତଭଣ୍ଡାର କର୍ମଚାରୀ ଭୁବନେଶ୍ୱର ସାହୁ, ମହେନ୍ଦ୍ର ମେହେର ଓ ସବିତା ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସୂଚନା ମୁତାବକ ଗତ ତିନି ବର୍ଷ ହେଲା ଏନସିସି ଦିବସ ଅବସରରେ ଏନସିସି ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ ହୋଇଆସୁଛି ।

ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ସମସ୍ତଙ୍କ ଭଲପାଇବା ଓ ସହଯୋଗ ଯୋଗୁ ରକ୍ତଦାନ ଶିବିରଟି ସଫଳ ହୋଇଥିଲା । ଏ ବର୍ଷ କୋଭିଡ-୧୯ ଯୋଗୁ ସମସ୍ତଙ୍କ ଜୀବନ ଶୈଳୀ ବଦଳିଯାଇଥିବା ସତ୍ୱେ ଏତେ ମାତ୍ରାରେ ଆସି ନିଜର ବହୁମୂଲ୍ୟ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ସମସ୍ତ ରକ୍ତଦାତା ମାନଙ୍କୁ ଏନସିସି ପରିବାର, ପଞ୍ଚାୟତ କଲେଜ ତରଫରୁ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.