jayashree

ଡିପିସି ଅଧକ୍ଷ ଦୁର୍ଗା ତନ୍ତୀଙ୍କଙ୍କ ହେମଗିରି ଅଞ୍ଚଳ ଗସ୍ତ

  • ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଆଜି ଦ୍ଵିତୀୟ ଦିନରେ ହେମଗିରି ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ଅଧକ୍ଷ ଦୁର୍ଗା ତନ୍ତୀ ବ୍ଲକ କାର୍ଯ୍ୟାଳୟ ପରିଷରରେ ଥିବା ସମ୍ମିଳନୀ କକ୍ଷରେ ଏକ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଧକ୍ଷ ଶ୍ରୀ ତନ୍ତୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ଵନ୍ଧରେ ପଚାରି ବୁଝିଥିଲେ । ଅଂଚଳରେ ଚାଲୁଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର କାର୍ଯ୍ୟକାରିତା ଉପରେ ଅଧକ୍ଷ ଶ୍ରୀ ତନ୍ତୀ ବିଶେଷ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଗମନାଗମନ ଏବଂ ବିଦ୍ୟୁତ ଯୋଗାଣ ଆଦି ସମସ୍ୟାର ସମାଧାନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଗିରିଶ ସାହୁ, ପ୍ରେମ ସାଗର ଓରାମ, ପ୍ରକାଶ ପଟେଲ, ଅରୁଣ ପ୍ରଧାନ, ଦୀପକ ସେଠ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.