ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି : ଦୃ‌ଷ୍ଟି ଦିଆଯାଉ

ସମ୍ବଲପୁର, (ଦାମୋଦର ପଣ୍ଡା) ବୁର୍ଲା ସହର ଏକ ଶିକ୍ଷା ନଗରୀର ଭାବେ ଗଢି ଉଠିଥିବାରୁ ଏଠାରେ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ନାହିଁ । ମାତ୍ର ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି, ଏପରିକି ଫୋନ୍ ଅର୍ଡରରେ ମଧ୍ୟ ମଦ ଦିଆଯାଉଛି। ଏବେ ସାଧାରଣରେ ଏକ ଗୁରୁତର ଅଭିଯୋଗ ଆସୁଛି, ଭୀମସାର୍ ପରିସରକୁ ବିଦେଶୀ ମଦ କେତେକ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପାଇଁ ଦିଆଯାଉଛି । କିଛି ଦିନ ଆଗରୁ ଫାଣ୍ଡି ପଛପଟରୁ ଖାଲି ବୋତଲର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସହରରେ ମଦ ଦୋକାନ ନାହିଁ, ଅଥଚ ଥାନା ଠାରୁ ଅଳ୍ପ ଦୂରରେ ଥିବା ଛକ, ଡେ଼ଲି ମାର୍କେଟ, ହସ୍ପିଟାଲ୍ ନିକଟ କେତେକ ପାନ ଦୋକାନରେ ଗଳି ଗଳିରେ ମଦ ବିକ୍ରୀ ଚାଲିଛି । ପୋଲିସ ଲୋକ ଦେଖାଣିଆ ଚଢଉ କରୁଛି । ସେ ଯାହା ହେଉ, ଭୀମସାର ଅନୁଷ୍ଠାନ ଚରମ ଅବ୍ୟବସ୍ଥା ଦେଇ ଗତି କରୁଥିବା ବେଳେ ଓ ନିୟମିତ ଗଣ୍ଡଗୋଳ ଘଟୁଥିବା ବେଳେ ସେଠି ମଦ ଉପଲବ୍ଧ ହେବା ଏକ ବିଡମ୍ବନା ଓ ଏହା ଆଗାମୀ ସମୟ ପାଇଁ ବଡ଼ ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏଥିପ୍ରତି ଦୃ‌ଷ୍ଟି ଦିଆଯାଉ ।

Leave A Reply

Your email address will not be published.