ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୬୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୮୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୨୫୮ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୯, ବାଲେଶ୍ୱରରୁ ୧୪୬, ବରଗଡ଼ରୁ ୬୯, ଭଦ୍ରକରୁ ୫୯, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୪୫, କଟକରୁ ୨୩୦, ଦେବଗଡ଼ାରୁ ୧୫, ଢେଙ୍କାନାଳରୁ ୯୧, ଗଜପତିରୁ ୨୧, ଗଂଜାମରୁ ୩୪, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୯୬, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୮୧, କେନ୍ଦ୍ରାପଡ଼ାରୁ ୯୪, କେଉଁଝରରୁ ୮୧, ଖୋର୍ଦ୍ଧାରୁ ୫୫୫, କୋରାପୁଟରୁ ୫୫, ମାଲକାନଗିରିରୁ ୨୪, ମୟୁରଭଂଜରୁ ୧୪୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୬୮, ନୂଆପଡ଼ାରୁ ୮୫, ପୁରୀରୁ ୧୭୮, ରାୟଗଡ଼ାରୁ ୪୨, ସମ୍ବଲପୁରରୁ ୯୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୬୨, ଷ୍ଟେଟ୍‌ ପୁଲ୍‌ ୨୧୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୧୫୬୭୬ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୨୧୦ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.