
ସଇଁତଲା, (କେପିଏନ୍ଏସ୍) : ସଇଁତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ପୁଲିସ ଫାଣ୍ଡିରୁ ଦୁଇ ଶହ ମିଟର ଦୂରରେ ଥିବା ଏକ ଔଷଧ ଦୋକାନ ମାଲିକଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପୁଲିସ ପ୍ରାଥମିକ ତଦନ୍ତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟିକ୍ରାପଡ଼ା ମେନ ରୋଡ଼ ଉପରେ ଥିବା ଔଷଧ ଦୋକାନରେ ରାଜୁ ବେହେରା ବସିଥିବା ବେଳେ ବିଦ୍ୟୁତ ବିଶ୍ୱାସଙ୍କ ସହ ତାଙ୍କ ପୁଅ, ସ୍ତ୍ରୀ, ଭାଇ ଠେଙ୍ଗା ଧରି ଆସି ମେତେେ ଓ ମୋ ପୁଅକୁ ମାଡ ମାରିଲେ ବିଚ୍ ରାସ୍ତା ଉପରେ ବୋଲି ଅଭିଯୋଗ କରିଛନ୍ତି । ତେବେ ମହିଳାମାନେ ଠେଙ୍ଗା ଧରି ରାସ୍ତା ଉପରେ ମାଡ଼ ଲାଗିବାକୁ ନେଇ ଅଧିକ ସନ୍ଦେହ ଦେଖାଦେଇଛି । ଏନେଇ ପୁଲିସ କେସ ନମ୍ବର ୨୬୩ରେ ମାମଲା ରୁଜୁ କରି ବିଭିନ୍ନ ଦଫା ଲଗାଇ ତଦନ୍ତ କରୁଛି ।