jayashree

ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍କୁଲ ଗେମ୍ସ ଟାଇକୋଣ୍ଡୋ ଜିଲ୍ଲାସ୍ତରୀୟ ପ୍ରତିିଯୋଗିତା ପି.ପି.ଏକାଡେମୀ ହାଇସ୍କୁଲ କନଫରେନ୍ସ ହଲ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା ବେହେରା ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ବାବେ ଜିଲ୍ଲା ଶିକ୍ଷା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ପାତ୍ର, ପି.ପି.ଏକାଡେମୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ୟୁତିରଞ୍ଜନ ମହାଲିଙ୍ଗ ଏବଂ ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସମ୍ପାଦକ ଅସୀମ କୁମାର ଭୋଇ ମଂଚାସୀନ ଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ଶତାଧିକ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଭୟ ଅଣ୍ଡର ୧୪ ଓ ଅଣ୍ଡର ୧୭ ବର୍ଷ ବାଳକ ଓ ବାଳିକା ବର୍ଗରେ କ୍ୟୁଋଗୀ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଟାଇକୋଣ୍ଡୋ କୋଚ ଅସୀମ କୁମାର ଭୋଇ ସମସ୍ତ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାରୁ ୧୬ ଜଣ ପ୍ରତିଯୋଗୀ ଭାଗ ନେବେ ବୋଲି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାକୁ ପିଇଟି ହେମନ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ରଂଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.