jayashree

ଜଇଁନ୍ତରାରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ୩୫ତମ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜଇଁନ୍ତରା ଗ୍ରାମରେ ୩୫ତମ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇଆସୁଛି । ତିନି ଦିନ ଧରି ଚାଲୁଥିବା ଏହି ପୂଜା ଅବସରରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏଥିମଧ୍ୟରେ ଡାନ୍ସ ଧମାକା, ଦଣ୍ଡନୃତ୍ୟ ଓ ରାମଲୀଳା ପ୍ରମୁଖ ଆକର୍ଷଣ ପାଲଟିଛି । ଏହି କାର୍ଯ୍ୟକ୍ରମ ଗ୍ରାମରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିବା ସହ ଅଞ୍ଚଳର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି । ପୂଜାରେ ପୂଜକ ଭାବେ ଗଣେଶ ରାମ ଠାକୁର, କର୍ତ୍ତା ଭାବେ ଦିବାକର ଚନ୍ଦନ ଓ ତାଙ୍କ ଧର୍ମପତ୍ନୀ ଦ୍ରୌପଦୀ ଚନ୍ଦନ ଏବଂ ବ୍ୟାସ ଭାବେ ଲିପକ କୁମାର ମିଶ୍ର ଦାୟିତ୍ୱ ତୁଳାଉଛନ୍ତି । ପୂଜାରେ ଭକ୍ତବୃନ୍ଦଙ୍କ ମଧ୍ୟରେ ଚତୁର ମାଝୀ, ଚକ୍ର ଘିଭେଲା, ଉପେନ୍ଦ୍ର ଭୁଏ, ଭୁବନ ଖର୍ସେଲ, ଗଣ୍ଡାରାମ ମେହେର, କୀର୍ତ୍ତୀଚନ୍ଦ୍ର ଭୁଏ, ରାଧେଶ୍ୟାମ ମେହେର, କାନ୍ତ ବଗର୍ତ୍ତୀ, ତପି ମାଝୀ, ନିରାକାର ଘିଭେଲା, ଭକ୍ତ ଖୁଟୁଳା, ପ୍ରକ୍ଷିତ ମାଝୀ, ଫଟୁ ଖୁଟୁଳା, ସବ୍ୟ ଖର୍ସେଲ ଓ ଭୋଳାନାଥ ମେହେର ପ୍ରମୁଖ ସହଯୋଗ କରୁଛନ୍ତି । ସେହିପରି ଆୟୋଜକ ପୂଜା କମିଟି ସଦସ୍ୟ ଟିଟୁ ମାଝୀ, ବିରଞ୍ଚି ଘିଭେଲା, ଲଳିତ ମେହେର, ଶଙ୍କର ଖୁଟୁଳା, ଲୁଚନ ଭୁଏ, ନାରାୟଣ ଘିଭେଲା, କାଶୀ ମେହେର, ଦେବରାଜ ମାଝୀ, କନ୍ଧ ଖୁଟୁଳା, ଭରତ ମେହେର, ବିନୟ ଭୁଏ, ଗଞ୍ଜିନ ମାଝୀ, ବୁଲୁ ମାଝୀ, ଦୁର୍ୟ୍ୟ ମାଝୀ, ପ୍ରମୋଦ ଭୁଏ, ବୁଲୁ ମେହେର, ପାର୍ଥ ମାଝୀ, ଦିବାକର ଚନ୍ଦନ, ସତ୍ୟ ଖର୍ସେଲ, ବିରେନ ମେହେର, ପ୍ରସାଦ ଚନ୍ଦନ, ସାଧୁ ମେହେର, ପ୍ରକାଶ ମେହେର, ତୁଳା ଖୁଟୁଳା, ଅଶ୍ୱିନୀ ଭୁଏ, ପ୍ରହ୍ଲାଦ ମେହେର, ହରେକୃଷ୍ଣ ମେହେର, ଗଦାଧର ମେହେର ଓ ପାଳୁ ଖର୍ସେଲଙ୍କ ସମେତ ଅନ୍ୟ ସଦସ୍ୟମାନେ ପୂଜାର ସଫଳ ଆୟୋଜନରେ ସହଯୋଗ କରୁଛନ୍ତି । ଗ୍ରାମବାସୀଙ୍କ ଏକତା, ସହଯୋଗ ଓ ଧାର୍ମିକ ଭାବନା ଏହି ପାରମ୍ପରିକ ପୂଜାକୁ ଦୀର୍ଘ ବର୍ଷ ଧରି ଜୀବନ୍ତ ରଖିଛି ।

Leave A Reply

Your email address will not be published.