
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୂଆଁଖାଇ ପାଇଁ ମନ୍ଦିର ଓ ରାସ୍ତାଘାଟ ଆଲୋକ ସଜ୍ଜା ପାଇଁ ପ୍ରସ୍ତୁତି ଚାଲିଛି । ଏ ନେଇ ଦେବାଳୟ ସୁରକ୍ଷା କମିଟି ବିଭିନ୍ନ ଦାବି ନେଇ ପୌର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲା । କମିଟିର ଦାବି ଗୁଡିକୁ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ଗୁରୁତ୍ୱ ଭାବେ ଗ୍ରହଣ କରିଛନ୍ତି । ନୂତନ ଭାବେ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦ୍ୱାର ଓ ସମଲେଶ୍ୱରୀ ଦ୍ୱାର ପାଇଁ ଦୁଇ ଗୋଟି ଗେଟ ନିର୍ମାଣ ତଥା ଐତିହ୍ୟ ବହନ କରୁଥିବା ପୁରାତନ ରାଜଭାଟି ଗେଟ ସ୍ୱତନ୍ତ୍ର ଭାବେ ଏହାର ମରାମତି କରିବା ପାଇଁ ନିଷ୍ପତ୍ତି ନିଆସରିଛି । ନୂଆଁଖାଇ ପାଇଁ ଦୁଇ ଦେବୀଙ୍କ ମନ୍ଦିର ଆଲୋକ ସଜ୍ଜାରେ ଝଲସିବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଥିବା କମିଟି ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ଜୟକୃଷ୍ଣ ମିଶ୍ର, ଉପଦେଷ୍ଟା ସୁରେନ୍ଦ୍ର ନେଗୀ, ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ରିଣ୍ଟୁ ସାହୁ ପ୍ରମୁଖ ସାମିଲ ଥିଲେ ।