
ପୁଇଁତଲା, (କେପିଏନ୍ଏସ୍) : ପୁଇଁତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜାମପାଲି ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ଆବାହକ କ୍ରମେ ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୯୯୯୦ / ତା.୦୩.୦୯.୨୦୨୬ ଓ ୯୬୦୪ / ତା.୨୪.୦୮.୨୦୨୬, ଟିଇ ଓ ଏସସିଇଆରଟି, ଓଡିଶାଙ୍କ ପତ୍ର ସଂଖ୍ୟା- ୫୪୩୫/ ତା.୨୯.୦୮.୨୦୨୬ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପୁଇଁତଲାଙ୍କ ଆଦେଶ ସଂଖ୍ୟା- ୧୯୧୨ / ତା. ୧୦.୦୯.୨୦୨୬ ମୁତାବକ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ସେପ୍ଟେମ୍ବର ୨୦୨୬ ମାସ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବଲାଙ୍ଗିରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଆରତୀ ସାହୁ ଯୋଗଦେଇ ପର୍ଯ୍ୟବେକ୍ଷଣ ଓ ମାର୍ଗଦର୍ଶନ କରିବାଥିବା ବେଳେ ଶିକ୍ଷକ ଶୋଭାବନ ନାଏକ ଓ ଅଶ୍ଵିନୀ ସାହୁ ସାଧନ କର୍ମୀ ଭାବେ ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଆକଳନର ରୂପରେଖ, ସାମଗ୍ରୀକ ପ୍ରଗତି ପତ୍ର, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଗ୍ୟାଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟର ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା ଓ କ୍ଲଷ୍ଟରସ୍ତରୀୟ ଶୈକ୍ଷିକ ଆଲୋଚନା, ପିଏମ୍ ଇ-ବିଦ୍ୟା ଓ ଦୀକ୍ଷା ପଞ୍ଜୀକରଣ ପ୍ରକ୍ରିୟା ଆଦି ପ୍ରସଙ୍ଗରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ କଳ୍ପନାରାଣୀ ପଟେଲ, ଗୋଲକ ବିହାରୀ ପଣ୍ଡା, ସିପିକା ସ୍ଵାଇଁ , ପବିତ୍ର କୁମାର ଭାଟି, ଶ୍ରଦ୍ଧାଞ୍ଜଳି ଭୋଇ, ନୂରୀ କୁମାରୀ ସାହୁ, ପରୀକ୍ଷିତ କୁମ୍ଭାର, ଗୁରୁଦେବ ଖମାରି, ରୀତା ଡାଙ୍ଗ, ସଶାଙ୍କ ଶେଖର ବହିଦାର, ଦିପ୍ତିମୟୀ ପଣ୍ଡା, ବବିତା ତାନ୍ତି ପ୍ରମୁଖ ଯୋଗ ଦେଇ ବୈଠକରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତିମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।