jayashree

ନୂଆଖାଇ ଅବସରରେ ‘ଅମୃତ ମାତୃ ପିତୃ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ରେଙ୍ଗାଲପାଲି ରାମ ମନ୍ଦିର ପରିସରରେ କାରୁଣ୍ଡ ସେବା ସଂଗଠନ ଆନୁକୂଲ୍ୟରେ ପବିତ୍ର ଗଣପର୍ବ ନୂଆଖାଇ ଅବସରରେ “ଅମୃତ ମାତୃ ପିତୃ ସେବା” କାର୍ଯ୍ୟକ୍ରମ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ଇନ୍ଦ୍ରାବତୀ ଫାର୍ମରସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ, ମିନଗୁର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ଇଂ ପୁରୁଷୋତ୍ତମ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଜୟପାଟଣା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ କଳାହାଣ୍ଡି ସଭାପତି ଶାନ୍ତନୁ କୁମାର ମୁଣ୍ଡ, ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁନିଲ ବେହେରା, ସମାଜସେବୀ ଲଲିତ ଶର୍ମା, ସାମ୍ବାଦିକା ସମୀକ୍ଷା ପ୍ରହରାଜ ପ୍ରମୂଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହେଇ ଗଣପର୍ବ ଅବସରରେ ସଂଗଠନର ଏଭଳି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ । ନଳୀନ କୁମାର ପଟ୍ଟଯୋଶୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ରେଙ୍ଗାଲପାଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଂଗ ବ୍ୟକ୍ତି ମାନଙ୍କୁ ନୂତନ ଶାଢ଼ୀ, ଧୋତି, ଗାମୁଛା ଓ ଛତା ପ୍ରଦାନ କରାଯାଇଥିଲା । ତ୍ରିଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.