ନବରଙ୍ଗପୁର : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ ୩ ଜଣ ଯୁବକ ଏକ କଳା ପସଲରରେ ଆସି ତାଙ୍କୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଗୁଳିଟି ତାଙ୍କ ଅଣ୍ଟାରେ ବାଜିଥିଲା । ଫଳରେ ଗୁରୁତର ଅବସ୍ଥାରେ ବ୍ୟବସାୟୀ ଟି.ସଂଜୀବଙ୍କୁ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।