p purohi

ମାଣ୍ଡୋସିଲ ପିଏମଶ୍ରୀ ହାଇସ୍କୁଲରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପୋର୍ଟା ମିନତୀ ଟେଟେଙ୍କ ସଭାପତିତ୍ୱରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଦଣ୍ଡସେନା, ଅନିରୁଦ୍ଧ ପଣ୍ଡା ଯୋଗଦେଇଥିଲେ । ନରହରି ସିଂ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଗାଁ ପରିକ୍ରମା କରାଯାଇଥିଲା । ଏଥିରେ ଶିକ୍ଷକ ନୀଳମଣି ବରିହା, ବିକ୍ରମ ସିଂ, ଶଙ୍କରଲାଲ ମହାନନ୍ଦ, ନରେଶ ଧାକଡ୍, କଲ୍ୟାଣୀ ଦନ୍ତା,ସଲୋନୀ ପ୍ରିୟଦର୍ଶିନୀ ସେଠ, ସଂଘମିତ୍ରା ବେହେରା, ପଦ୍ମଲୋଚନ ମାଝୀ, ଚିତ୍ତରଞ୍ଜନ ସାହା, ଅର୍ଜୁନ ଜେନା, ଅଭିଜିତ ରାଏ, ସଦାନନ୍ଦ ଭୋଇ, ସବିତା ସାହୁ, ନୀଳମଣି ପୁଟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ପୋର୍ଟା ମିନତୀ ଟେଟେ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.