ବିଜେବି ମହାବିଦ୍ୟାଳୟ ପରିସରରେ ବିଜେବି ସୁପର୍ ଲିଗର ପ୍ରଥମ ସଂସ୍କରଣ ଉଦଘାଟିତ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବିଜେବି ମହାବିଦ୍ୟାଳୟ ପରିସରରେ ପ୍ରଥମ ଥର ଲାଗି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ୧୨ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଲିଗକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଅନ୍ୟାମନଙ୍କ ମଧ୍ୟରେ ଧଉଳି ପଞ୍ଚାୟତ ସମିତି ସଭ୍ୟ ତଥା ବିଜୁ ଛାତ୍ର ଜନତା ଦଳର ଜୋନାଲ ପ୍ରେସିଡେଣ୍ଟ ଭଗବାନ ସାହୁ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ସମରେଶ ବେଉରା, ଆଡଭକେଟ ଯୋଗେଶ ଜେନା, ଯୁବନେତା ମଲ୍ଲିକ ସାମିନ୍ ଅଖତର, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟିମ୍ ଭାଗ ନେବେ । ଏହି ଟୁର୍ଣ୍ଣାମେଣ୍ଟକୁ ରାଜନ ରମଣ, ସୟଦ ସୁଲତାନ, ସାଇ , ଅନୁପମ , ସୁଲଗ୍ନ, ଅମନ, ମହମ୍ମଦ କସିମ୍ , ତୁଷାର ପ୍ରମୁଖ ଛାତ୍ରଛାତ୍ରୀ ଆୟୋଜନ କରିଛନ୍ତି ।

jittmm
Leave A Reply

Your email address will not be published.