om academy

୧୧ ତମ ଭିଏସ୍‌ଏସ୍‌ କ୍ରିକେଟ କପ୍‌ ବୁଧାପାଲି ଉଦଘାଟିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଲିର ମା’ ଭାରତୀ ଖେଳ ପଡିଆଠାରେ ୧୧ ତମ ବୀର ସୁରେନ୍ଦ୍ର ସାଏ କ୍ରିକେଟ କପ୍‌ର ମୁଖ୍ୟ ଅତିଥି ବୁଧାପାଲି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ କୁମାର ତୁରିଆ, ଧବଲେଶ୍ବର ଭୋଇ, ସପ୍ନେଶ୍ବର ସାହୁ ଓ ଭିଏସ୍‌ଏସ୍‌ କ୍ରୀଡ଼ା ସଂସଦ ସଭାପତି ଲୋକନାଥ ପଟେଲ ଉପସ୍ଥିତ ଥିଲେ । ଖଳିଆପାଲି, କେଛୋମାଲ, ବଡ଼ ମହୁଳପାଲି, ମହୁଲପାଲି, ଲୋହାରପାଲି ଓ ଘନାମାଲ ମଧ୍ୟରେ ଲିଗପର୍ୟ୍ୟାୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ ପରିଚାଳନାରେ ବିଜୟାନନ୍ଦ, ପଞ୍ଚାନନ୍ଦ, ଦୁଷ୍ମନ୍ତ, ଆଦିତ୍ୟ, ଟୁନା, ଟିକେଶ୍ବର, ମୋଟୁ, ମିଥୁନ, ଆକାଶ, ବିକାଶ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen − nine =