oum

୩୫ ଲିଟର ରନ୍ଧାମଦ ଓ ୭ କ୍ୱିଣ୍ଟାଲ ମହୁଲ ଫୁଲ ଜବତ, ୨ଗିରଫ ପରେ କୋର୍ଟ ଚାଲାଣ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ରନ୍ଧା ମହୁଲି ମଦ ସହ ମହୁଲ ଫୁଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲରମ୍ଭା ଥାନା ଗଡିଆଜୋର ଗାଁ ମେଘ ମେହେର (୪୦) ଓ ଅଏଁଲାତୁଙ୍ଗା ଗ୍ରାମର କୃଷ୍ଣ ବରିହା (୪୩) ମେଘ ଓ କୃଷ୍ଣ ମହୁଲି ମଦ ରାନ୍ଧି ବିକ୍ରି କରି ଆସୁଥିଲେ । ଏନେଇ ଅବକାରୀ ବିଭାଗ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ାଙ୍କ ନେତୃତ୍ୱରେ ଏକ ଦଳ ସନ୍ଧ୍ୟା ଦୁଇ ଜଣଙ୍କ ଘରକୁ ଚଢ଼ାଉ କରିଥିବା ବେଳେ ମେଘଙ୍କ ଘରୁ ୭ କ୍ୱିଣ୍ଟାଲ ମହୁଲ ଫୁଲ ସହ ୧୫ ଲିଟର ରନ୍ଧା ମଦ ଓ କୃଷ୍ଣଙ୍କ ଘରୁ ୨୦ ଲିଟର ରନ୍ଧା ମଦ ଜବତ କରି ଉଭୟ ଦୁଇ ଜଣଙ୍କୁ ଗିରଫ କରି ଅବକାରୀ ଉପନିରୀକ୍ଷଙ୍କୁ କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଥିବା ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ାଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.