pakka

ଚୋରି କରି ଖସିଯାଉଥିବା ବେଳେ ଧରାପଡିଲେ ୩ ଚୋର

bbehera

କରଞ୍ଜିଆ : ଚୋରି କରି ଖସିଯାଉଥିବା ବେଳେ ଧରାପଡିଲେ ୩ ଚୋର । ସୋମବାର ଭୋର ସମୟରେ ଯଶୀପୁର ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଅଙ୍ଗାରପଦାଠାରେ ଥିବା ଇଷ୍ଟର୍ଣ୍ଣ ହେଚେରୀ ନିକଟରେ ୩ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲେ । ପୋଲିସକୁ ଦେଖି ସମସ୍ତେ ଖସିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଅଙ୍ଗାରପଦା ଗାଆଁର ସୁକୁରାମ୍ ମାରାଣ୍ଡି, ଲକ୍ଷ୍ମଣ ସୋରେନ ଓ ଦୁର୍ଯ୍ୟ ସୋରେନ୍ ବୋଲି ଜଣାପଡିଛି । ଏହାପରେ ପୋଲିସ ଯଶୀପୁର ଥାନକୁ ୩ ଅଭିଯୁକ୍ତଙ୍କୁ ଆଣି ପଚରାଉଚରା କରିବା ପରେ ସମସ୍ତେ ଦୋଷ ସ୍ୱୀକାର କରିଛନ୍ତି ।

jay balangir
Leave A Reply

Your email address will not be published.

fourteen + 15 =

error: Content is protected !!