pakka

ଜୁଆ ଆଡ୍ଡା ଉପରେ ପୋଲିସର ଅଚାନକ ଚଢାଉ : ୪ ଗିରଫ

bbehera

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କାଡଦିହା ଖେଳପଡିଆରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ରାତି ସମୟରେ ଖୁଲମ୍‌ଖୁଲା ଜୁଆ ଖେଳ ଚାଲିଥିଲା । ଏନେଇ କୌଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ ସେମାନଙ୍କ ନିକଟରୁ ୧୬ ହଜାର ୩୫୭ ଟଙ୍କା ସହ ଜୁଆ ଡାଇସ୍‌ ଜବତ କରିଛି ପୋଲିସ । ଏହାସହ ୪ ଜଣ ଜୁଆଡିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେପଟେ ସ୍ଥାନୀୟ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

10 + seventeen =

error: Content is protected !!