ଖୋର୍ଦ୍ଧା ମା’ ବାଶେଳୀ ଠାକୁରାଣୀଙ୍କ ଚାଚେରା ଭୋଗ ଖିଆ ପର୍ବ ଶେଷ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସହର ପୌରପରିଷଦ ଅଧିନରେ ଅବସ୍ଥାପିତ ବାଶେଳି ସାହିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବାଶେଳି ଠାକୁରାଣୀ । ପ୍ରତିବର୍ଷ ପରି ଚଳିତ ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନଠାରୁ ମା’ ବାଶେଳି ଆଖପାଖ ପ୍ରତ୍ୟେକ ଗାଁକୁ ଗାଁ ଯାଇ ଚାଚେରା ଭୋଗ ଖାଉଥିବା ବେଳେ ଚନ୍ଦନ ପୂର୍ଣ୍ଣିମା ବା’ ବୁଦ୍ଧପୂର୍ଣ୍ଣିମା ଦିନ ଶେଷ ହୋଇଛି । କାହିଁ କେଉଁ ରାଜା ରାଜୁଡା କାଳରୁ ଏହି ଠାକୁରାଣୀ ପୂଜା/ଯାତ୍ରା ସମାହିତ ହୋଇଆସୁଅଛି । ବିଶେଷ କରି କୈବର୍ତ୍ତ ସମାଜର ଭାଇମାନେ ପୂର୍ବରୁ ପୂଜା କରୁଥିବା ବେଳେ ଏବେ ମଧ୍ୟ ସେହି ପ୍ରଥା ଚାଲୁଅଛି । ସ୍ଥାନୀୟ ଅଞ୍ଚଳର ସବୁ ଧର୍ମର ଲୋକମାନେ ଏହି ମା’ ଙ୍କ ପୀଠକୁ ଆସନ୍ତି । ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ମା’ଙ୍କ ଆଳତି ଦର୍ଶନ ଦେଖିବାକୁ ଆଖ ପାଖ ୨୦/୩୦ ଖଣ୍ଡ ଗ୍ରାମର ଲୋକମାନେ ଏଠାକୁ ଆସନ୍ତି । ପ୍ରଥମେ ଦୀପ ଲଗାଇବା ପରେ ଝୁଣା ଧୂପ ଓ ପରେ ଆଳତି ବନ୍ଦାପନା କରାଯାଏ । ବିଶେଷ କରି ମା’ଙ୍କ ସନ୍ଧ୍ୟା ଆଳତି ସମୟରେ ଛୋଟ ଛୋଟ ପିଲା ଓ ବୟସ୍କମାନେ ବିଭିନ୍ନ ରୋଗ-ବୈରାଗରୁ ମୁକ୍ତି ପାଇଁ ଝଡା ହେବାକୁ ଆସନ୍ତି । ବିଶ୍ୱାସ ଅଛି, କାହା ଶରୀରରେ ଯଦି କୌଣସି ଅତୃପ୍ତ ଆତ୍ମା ପ୍ରବେଶ କରିଥାଏ । ତେବେ ଏହି ପୀଠକୁ ଆସିଲେ ପୂଜକ ମା’ଙ୍କ ସିନ୍ଦୁର ଲଗାଇ ବେତ ଛୁଆଇଁ ଦେଲେ ତା’ ଶରୀର ଆତ୍ମା ମୁକ୍ତ ହୋଇଥାଏ । ଏହା ସହିତ ମଙ୍ଗଳ ଓ ଶନିବାର ଦିନ ଭକ୍ତଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳେ । ମା’ ନିଜ ମନ୍ଦିରରୁ ଏକ ମାସ ଧରି ବାହାରକୁ ବାହାରିଥିବା ବେଳେ ଗତକାଲି ଚନ୍ଦନ ପୂର୍ଣ୍ଣିମା ବା ବୁଦ୍ଧପୂର୍ଣ୍ଣିମା ଦିନ ଏକ ଶୋଭାଯାତ୍ରାରେ ସାହି ପରିକ୍ରମା କରି ଭୋଗ ଖାଇବା ସହିତ ନିଜ ମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି ବୋଲି ପୂଜକ ମହେଶ୍ୱର ଦାସ ପ୍ରକାଶ କରନ୍ତି । ସେହିପରି ମା’ଙ୍କ ନିକଟରେ ପ୍ରମୁଖ ଯାଚଙ୍ଗା ଥିବା ମାଛ ପୋଡା ଭୋଗ କରାଯାଏ ଓ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ମା’ଙ୍କ ଆଳତି ପରେ ମା’ଙ୍କ ପ୍ରସିଦ୍ଧ ପଣାଭୋଗକୁ ସମସ୍ତେ ଖାଇଥାନ୍ତି ।

Leave A Reply

Your email address will not be published.

5 × four =

error: Content is protected !!