csstore

ଗଞ୍ଜାମ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସଵ ଉଦ୍‌ଯାପିତ ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଦିନ ଧରି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସଵ ଅନୁଷ୍ଠିତ ହୋଇ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏବିଓ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ନିରଞ୍ଜନ ମହାପାତ୍ର ଓ ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ନୂଆ-ଓ ଯୁବ ଓଡିଶା, ନବିନ ଓଡିଶା ମାଧ୍ୟମରେ ଯୁବକମାନଙ୍କ କ୍ରୀଡା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ବିଧାୟକ ବେହେରା ନିଜ ବକ୍ତବ୍ୟରେ କହିଥିଲେ । ଏଥିସହ ଭିତ୍ତି ଭୂମିର ବିକାଶ ସଙ୍ଗେ ସଙ୍ଗେ ସହର ଓ ଗ୍ରାମାଞ୍ଚଳ ଯୁବପୀଡିଙ୍କ ପ୍ରତିଭା ବିକାଶ ଓଡିଶାକୁଏକ ପ୍ରଗତିଶୀଳ ରାଜ୍ୟରେ ପରିଗଣିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳ ଲକ୍ଷ ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ କହିଥିଲେ । କ୍ରୀଡା କ୍ଷେତ୍ରରେ ଯୁବ ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରତିପାଦନ କରି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ପ୍ରତିଯୋଗିତାରେ ବହୁ ଟିମ ଅଂଶ ଗ୍ରହଣ କରିଛନ୍ତି । କବାଡି, ଫୁଟବଲ, କ୍ରିକେଟ ଓ ଖୋଖୋ, ଭଲିବଲ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ରୀଛାତ୍ରଙ୍କୁ ଟ୍ରଫି ସହ ବିଜେତାଙ୍କୁ ୨୦ ହଜାର ଓ ରନର୍ସକୁ ୧୫ହଜାର ପ୍ରଦାନ କରାଯାଇଥିଲା । ଏଈଈଓ ସୁଶୀଲ ପଣ୍ଡା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଏପିଓ ବ୍ରଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ ଓ ଅନ୍ୟମାନେ ଖେଳ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.