p purohi

ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ : ବନ୍ଧଗୋରାକୁ ୬ ୱିକେଟ୍‌ରେ ପରାସ୍ତ କରି ବିରାମୁଣ୍ଡାର ବିଜୟ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ବଡ ଉତ୍ସାହ ଓ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଜାମୁଟ କୃଷି ସମବାୟ ସମିତିର ସଭାପତି ଶଙ୍କରଷଣ କର୍ମୀ, ସମ୍ମାନିତ ଅତିଥି ଭାବରେ ବୈମନ ରଣା, ସୁଶାନ୍ତ ପଧାନ, ନୀଳକଣ୍ଠ ସେଠ୍, ହିତେଶ ମଲ୍ଲିକ, ସିଦ୍ଧେଶ୍ୱର ସାହୁ, ସରୋଜ ସେଠ୍, ସରୋଜ ମହାକୁର, ସଞ୍ଜିବ କୁମ୍ଭାର, ଦେବାଶିଷ ସାହୁ ଓ ଆଦର୍ଶ ରଞ୍ଜନ ମହାଲିଙ୍ଗ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ବିରାମୁଣ୍ଡା ଓ ବାଲେଙ୍ଗିଜୋର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୀରାମୁଣ୍ଡା ଦଳ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ବାଲେଙ୍ଗିଜୋର ଦଳ ନିର୍ଦ୍ଧାରିତ ୮ ଓଭରରେ ୬୮ ରନ୍ ସଂଗ୍ରହ କରିଥିଲା । ଉତ୍ତରରେ ବିରାମୁଣ୍ଡା ଦଳ କେବଳ ୪ ଓଭରରେ ୬ ୱିକେଟ୍‌ରେ ଲକ୍ଷ୍ୟ ପୂରଣ କରି ଦମଦାର ବିଜୟ ହାସଲ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ଟି ଗୁଛାଡେଙ୍ଗେନ ଓ ବନ୍ଧଗୋରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ଗୁଛାଡେଙ୍ଗେନ ଦଳ ପ୍ରଥମେ ଫିଲ୍ଡିଂ କରିଥିଲା । ବନ୍ଧଗୋରା ଦଳ ନିର୍ଦ୍ଧାରିତ ୮ ଓଭରରେ ୯୬ ରନ୍ ସଂଗ୍ରହ କରିଥିଲା । ପ୍ରତିଉତ୍ତରରେ ଗୁଛାଡେଙ୍ଗେନ ଦଳ ୮ ଓଭରରେ ୫ ୱିକେଟ୍ ହରାଇ ୮୦ ରନ୍ କରି ପରାସ୍ତ ହୋଇଥିଲା । କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ବିରାମୁଣ୍ଡା ଓ ବନ୍ଧଗୋରା ମଧ୍ୟରେ ଖେଳାଯାଇଥିଲା । ଟସ୍ ଜିଣି ବିରାମୁଣ୍ଡା ଦଳ ପ୍ରଥମେ ଫିଲ୍ଡିଂ କରିଥିଲା । ବନ୍ଧଗୋରା ଦଳ ନିର୍ଦ୍ଧାରିତ ୬ ଓଭରରେ ୪୩ ରନ୍ ସଂଗ୍ରହ କରିଥିଲା । ବିରାମୁଣ୍ଡା ଦଳ ୬ ୱିକେଟ୍‌ରେ ସହଜ ବିଜୟ ହାସଲ କରି ସେମି ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ମ୍ୟାଚ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମୁକେଶ ନାଗଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଅମ୍ପାୟର୍ ଭାବରେ ଯାଦବ ବେହେରା ଓ କୁନା ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଶାନ୍ତ ପଧାନ ଓ ହିତେଶ ମଲ୍ଲିକ ଖେଳର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ରଞ୍ଜନ ଘିଭେଲା ଓ ନାରାୟଣ ଦାସ ସ୍କୋରର୍ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସଫଳ ଆୟୋଜନରେ ଶିକେରପାଟ୍ ୟୁଥ୍ କ୍ଲବର ସମସ୍ତ ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରି ପ୍ରଶଂସାର ଯୋଗ୍ୟ ହୋଇଥିଲେ ।

nrusinghnath
Leave A Reply

Your email address will not be published.