ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ଗଜପତି : ଲାଞ୍ଚ ନେବା ବେଳେ ଜଣେ ବିଇଓ ଧରା ପଡିଲେ ବୋଲି ଜଣାପଡିଛି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଭିଜିଲାନ୍ସ ଦ୍ୱାରା ଧରାପଡିଛିନ୍ତି । ସୂଚନା ଅନୁସାରେ ଶିକ୍ଷକ କ୍ଷିରୋଦ୍ର ଚନ୍ଦ୍ର ନାୟକଙ୍କ ଠାରୁ ଦାବୀ ମୁତାବକ ୩୦ ହଜାର ଟଙ୍କା ସେ ଲାଞ୍ଚ ନେଉଥିଲେ । ତେବେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ । ତେବେ ତାଙ୍କ ନୂଆଗଡ କାର୍ୟ୍ୟାଳୟ ଏବଂ ପାରଳାଖେମୁଣ୍ଡି ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.

two + two =