p purohi

ବହୁଜନ ସମାଜ ପାର୍ଟି ଜାରି କଲା ୯ ପ୍ରାର୍ଥୀଙ୍କ ତାଲିକା

dr. purohit

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ଆଜି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ମତଦାନର ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ବିଏସ୍‌ପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତାଲିକାରେ ପତ୍ନୀ ସାରାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅମନମଣି ତ୍ରିପାଠୀଙ୍କୁ ମହରାଜଗଞ୍ଜର ନୌତନବାଙ୍ଗ ସିଟ୍‌ରୁ ପ୍ରାର୍ଥୀ ଦେଇଥିବା ଜଣାପଡ଼ିଛି । ସେହିପରି ଗୋରେଖପୁରର ସହଜନୱାରୁ ମାଫିଆ ସୁଧୀର ସିଂହଙ୍କୁ ନିର୍ବାଚନ ମଇଦାନକୁ ଆଣିଛି । ବହୁଜନ ସମାଜ ପାର୍ଟି ବଳରାମପୁରର ତୁଳସୀପୁରରୁ ଭୁବନ ପ୍ରତାପ ସିଂହ, ମହାରାଜଗଞ୍ଜର ସିସୱାରୁ ବିରେନ୍ଦ୍ର ପ୍ରତାପ ସିଂହ, କୁଶୀନଗରର ଖଡ୍ଡାରୁ ନିଶାର ଅହମଦ, କୁଶୀନଗରର ତମକୁହିରାଜରୁ ସଂଜୟ ଗୁପ୍ତା, କୁଶୀନଗରର ଫାଜିଲନଗରରୁ ଇଲିୟାସ ଅଂସାରୀ, ଦେବରୀୟାର ରୁଦ୍ରପୁରରୁ ସୁରେଶ କୁମାର ତିୱାରୀ ଏବଂ ବଲିୟାର ବେରିୟାରୁ ସୁବାସ ଯାଦବଙ୍କୁ ଟିକେଟ୍‌ ଦେଇଥିବା ଜଣାପଡ଼ିଛି ।

nrusinghnath
Leave A Reply

Your email address will not be published.