pakka

ଗଁଁନ୍ଦିଆ ପୋଲିସ ଓ ଶିଶୁ କଲ୍ୟାଣ କମିଟିର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

bbehera

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମରେ ଏକ ବାଲ୍ୟ ବିବାହକୁ ଆଜି ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି । ସଭ୍ୟ ସମାଜରେ ଅସଭ୍ୟ କାମ । ଲୋକମାନଙ୍କୁ ଯେତେ ସଚେତନ କଲେ ମଧ୍ୟ ସେହି ପୁରୁଣା ପରମ୍ପରା ଅନୁଯାୟୀ ଆଜି ମଧ୍ୟ ବାଲ୍ୟବିବାହ ପ୍ରଚଳିତ ରହିଛି । ସୂଚନା ଅନୁସାରେ ଆଜି ବିବାହ ଚାଲିଥିବା ବେଳେ ଖବର ପାଇ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ଓ ଗଁଦିଆ ଶିଶୁ ବିକାଶ ଅଧିକାରୀଣୀ ଉର୍ମିଳା ଦେଉରି ଘଟଣାସ୍ଥଳରେ ପହଂଚି ବିବାହକୁ ଥିବା ବେଳେ ଢେଙ୍କାନାଳ ଶିଶୁ କଲ୍ୟାଣ କମିଟିର ସଦସ୍ୟ ମାନେ ସେଠାରେ ପ୍ରଥମେ କିଛି ଅପ୍ରିତିକର ଘଟଣା ସୃଷ୍ଟି କରିଥିଲେ । ପରେ ଅପ୍ରିତିକର ଘଟଣାକୁ ଓ ନିଜର ଭୁଲ୍‌କୁ ସୁଧାରି ଘଟଣା ସ୍ଥଳରେ ଦୁଇ ପକ୍ଷଙ୍କୁ ବୁଝାସୁଝା କରି ବିବାହକୁ ବନ୍ଦ କରିଥିଲେ ।

Leave A Reply

Your email address will not be published.

eight − seven =