pakka

ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୁବର୍ଣ୍ଣପୁରସ୍ଥିତ ନବ ନିର୍ମିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା’ ଝାଡେଶ୍ୱରୀ ମହାବିଦ୍ୟାଳୟ ଦ୍ବାରା ଆୟୋଜିତ ଏହି ସନ୍ତରଣ ପ୍ରତିଯୋଗିତାରେ ୯ଟା ମହାବିଦ୍ୟାଳୟର ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସନ୍ତରଣର କଳା-କୌଶଳ ପ୍ରଦର୍ଶନ କରିଛନ୍ତି । ଉଭୟ ମହିଳା ଓ ପୁରୁଷ ବିଭାଗରେ ଫ୍ରି ଷ୍ଟାଇଲ୍, ବଟର ଫ୍ଲାଏ, ବେକ୍ ଷ୍ଟ୍ରୋକୁ ନେଇ ୫୦ମିଟର, ୧୦୦ମିଟର, ୨୦୦ମିଟର ଓ ୪୦୦ମିଟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ସନ୍ତରଣକାରୀଙ୍କୁ ଜାତୀୟସ୍ତରର ଆନ୍ତଃ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି । ସନ୍ତରଣ ପ୍ରତିଯୋଗିତାକୁ କ୍ରୀଡାବିତ୍ ଲକ୍ଷ୍ମୀଧର ମହାକୁର ଓ ଆଶୁତୋଷ ନାୟକ ପରିଚାଳନା କରିଥିଲେ । ରାମ କୁମାର ସାହୁଙ୍କ ପରିଚାଳନାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

13 + six =