pakka

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ସ୍କୁଲ ଅଫ୍‌ ଆପଲାଏଡ୍‌ ସାଇନ୍ସ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସେମିନାର କକ୍ଷରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଶକ୍ତି ସଂରକ୍ଷଣ ସଚେତନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟ ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସଭାକୁ ଛାତ୍ରୀ ଶୁଭଦର୍ଶିନୀ ହୋତା ପରିଚାଳନା କରିଥିଲେ । ମଞ୍ଚରେ ଅତିଥି ଭାବେ ଡ଼ଃ ନିଳୟ କୁମାର ମହାନ୍ତି, ଡ଼ଃ ଆଶିଷ କୁମାର ଷଡ଼ଙ୍ଗୀ, ଡ଼ଃ ଜୟକୃଷ୍ଣ ମେହେର ଏବଂ ଅଧ୍ୟାପିକା ଅଙ୍କିତା ସୁଭ୍ରସ୍ମିତା ଗଡତ୍ୟା ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସକାଳୁ ପ୍ରଥମେ ଛାତ୍ରଛାତ୍ରୀମାନେ ଶକ୍ତି ସଂରକ୍ଷଣ ସଚେତନତା ଉପରେ ଏକ ରାଲି ଆୟୋଜନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶୁଭଦର୍ଶିନୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × four =