csstore

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଘେରାଉ ସହ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିବା ୧୦ ଘଟିକା ସମୟରେ ଜିଲ୍ଲା କଂଗ୍ରେସର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପୋଲିସର ବେଆଇନ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏ.ଆଇ.ସି.ସି ସଭ୍ୟା ସୁବାଶିନୀ ମହାକୁଡ, ସମ୍ସିଦା ତାୟବ, ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରା, ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟୀ ପାଲ୍, ଛାତ୍ର କଂଗ୍ରେସ୍ ସଭାପତି ଶୁଭମ୍ ଦାସ, ଜିଲ୍ଲା କିଷାନ ସେଲ୍ ଅଧ୍ୟକ୍ଷ ବିପ୍ଳବର ସାହୁ, ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, ଟାଉନ୍ ସଭାପତି ହାଇଦର୍‌ ମହମ୍ମଦ, ଜିଲ୍ଲା କଂଗ୍ରେସ୍ ଉପସଭାପତି ଗୋପାଳ ସାହୁ, ପ୍ରକାଶ କୁଅଁର, ଜିଲ୍ଲା କଂଗ୍ରେସ ସଂପାଦକ ଅମର ସେନାପତି, ମହମ୍ମଦ ସମୀର, ଶିଳ୍ପୀଶ୍ରୀ ହରିଚନ୍ଦନ, ହିନ୍ଦୋଳ ବ୍ଲକ୍‌ କଂଗ୍ରେସ୍ ସଭାପତି ଛବିରାଜ ବିଶ୍ୱାଳ, ଜିଲ୍ଲା ଆଇନ୍ ସେଲ୍ ଅଧ୍ୟକ୍ଷ ଅମ୍ଳାନ ଖଟୁଆ, ବରିଷ୍ଠ କଂଗ୍ରେସ ନେତା ସୁନିଲ୍ ଦାସ, ନିର୍ମଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୋଲିସର ଏତାଦୃଶ୍ୟ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଥିଲେ ।

jayashree
Leave A Reply

Your email address will not be published.