pakka

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ଥିବା ଅଭିଯୋଗ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୭ ବର୍ଷର ପୁଅ ବାହାର ରାଜ୍ୟକୁ ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର ଗତ ୪ ମାସ ହେବ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ପରିବାର ଲୋକ ବହୁ ପରିଶ୍ରମ କରିବା ପରେ ଯୁବକଙ୍କ ପତା ପାଇନଥିବା ହେତୁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ପ୍ରହଲ୍ଲାଦ ମହାନ୍ତି ଏକମାତ୍ର ପୁଅ ନିର୍ମଳ ମହାନ୍ତି (୨୭) ଗତ ଅଗଷ୍ଟ ମାସ ୬ ତାରିଖରୁ ବିଶାଖାପାଟଣାରେ ଥିବା ଏକ ଘରୋଇ କମ୍ପାନୀରେ କାର୍ୟ୍ୟ କରିବାକୁ ଯାଇଥିଲେ । ସେ ଦିନ ଠାରୁ ତାଙ୍କର ପରିବାର ଲୋକଙ୍କ ସହ ଆଉ ଯୋଗାଯୋଗ ରହି ନଥିଲା । ଅନେକ ଥର ତାଙ୍କ ସାଙ୍ଗରେ ଯୋଗାଯୋଗ କରି ବିଫଳ ହେବା ପରେ ପରିବାର ଲୋକେ ଯୋରନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ପଙ୍କଜ ମାଝୀ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.

six + six =