pakka

ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପ୍ରଶାସନ ତରଫରୁ ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ ଶିଶୁମାନଙ୍କ ପାଇଁ ଗଠିତ ହୋଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଟାସ୍କ-ଫୋର୍ସ ଓ କମିଟି ସମୂହର ତ୍ରୈମାସିକ ମିଳିତ ସମୀକ୍ଷା ବୈଠକ ଅଧ୍ୟକ୍ଷାମାନଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, ଜିଲ୍ଲାସ୍ତରୀୟ କିଶୋର ସଶକ୍ତିକରଣ ଓ ବାଲ୍ୟ ବିବାହ ନିର୍ମୁଳ ଟାସ୍କ-ଫୋର୍ସ, ଶିଶୁ ଶ୍ରମିକ ନିର୍ମୁଳ ଟାସ୍କ-ଫୋର୍ସ ତଥା ଚାଇଲ୍ଡ ଲାଇନ ପରାମର୍ଶ ପରିଷଦର ମିଳିତ ସମୀକ୍ଷା ବୈଠକକୁ ଅଧ୍ୟକ୍ଷା ଜିଲ୍ଲାପରିଷଦ ତଥା ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଶ୍ରୀମତୀ ଭାରତୀ ମହାନନ୍ଦ ଏବଂ ଚଞ୍ଚଳ ରାଣା ଜିଲ୍ଲାପାଳ ତଥା ସହ ଅଧ୍ୟକ୍ଷ, ଡିସିପିସି ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମିଳିତ ସମୀକ୍ଷା ବୈଠକରେ ଲକ୍ଷ୍ମୀ ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବଲାଙ୍ଗିର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ଶିଶୁ ଅଧିକାର, ସୁରକ୍ଷା ସଂପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନ କରିଥିଲେ । ବାଲ୍ୟ ବିବାହ ନିର୍ମୁଳ କରିବାକୁ ବିଭିନ୍ନ ଗାଁ, ପଞ୍ଚାୟତ ଓ ବ୍ଲକକୁ ବିଭିନ୍ନ ଆବଶ୍ୟକୀୟ ମାନଦଣ୍ଡ ପୁରଣ କରିବା ଯୋଗୁଁ ବାଲ୍ୟ ବିବାହ ମୁକ୍ତ ଗାଁ, ପଞ୍ଚାୟତ ଓ ବ୍ଲକ ଭାବେ ଘୋଷଣା କରାଯାଇଛି ଓ ପର୍ଯ୍ୟାୟ କ୍ରମେ ୨୦୩୦ ସୁଦ୍ଧା ବଲାଙ୍ଗିର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପି.ଡି.ଡି.ଆର.ଡି.ଏ. ଏସ୍‌.କେ.ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ପଟେଲ, ସିଡିଏମ୍‌ଓ ଭୀମ ସାହୁ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରିଶ ରଥ, ବିରଞ୍ôଚ ବହିଦାର, ନନ୍ଦି କିଶୋର ଷାଣ୍ଢ, କିଶୋର ନ୍ୟାୟ ପରିଷଦ ସଭ୍ୟ ବିବେନାନନ୍ଦ ମିଶ୍ର, ବବିତା ଅଗ୍ରୱାଲ, ଏ.ଏଲ୍‌.ଓ ପାନମଣି ସୋରେନ, ଡିଏସ୍‌ଡବ୍ଲୁଓ ଶାନ୍ତିଲାଲ ଦୀପ, ସୁମନ ଦ୍ୱିବେଦୀ, କମଳେନ୍ଦୁ ପଲ, ପ୍ରଭାସ କୁମାର ଅମାନ୍ତ, ଚାଇଲ୍ଡ ଲାଇନ ସେବା ଯୋଗାଉଥିବା ଅଧାର ୱାଇଏସ୍‌ସି ତୁଷୁରା, କଲ୍ୟାଣ ବଲାଙ୍ଗିର ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଗଣ ଉପସ୍ଥିତ ଥିଲେ । ତ୍ରୈମାସିକ ଶିଶୁଙ୍କ ପାଇଁ ଦିନଟିଏ ସହ ସମସ୍ତ ସ୍ତରର ଟାସ୍କ-ଫୋର୍ସ ଓ କମିଟି ନିଜ ନିଜର ବୈଠକ ଉଚିତ ସାମୟିକ ବ୍ୟବଧାନରେ ଅନୁଷ୍ଠିତ ସୁନିଶ୍ଚିତ କରି ଶିଶୁମାନଙ୍କର ଅଧିକାର ସୁନିଶ୍ଚିତ କରାଯାଇପାରିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଏସ୍‌.କେ.ସିଂ ଉପସ୍ଥିତ ସମସ୍ତଙ୍କୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରମ ବିଭାଗଙ୍କ ନେତୃତ୍ୱରେ ଶିଶୁ ଶ୍ରମିକ ଉଦ୍ଧାର କାର୍ଯ୍ୟ ତ୍ରୈମାସିକ ଭାବେ କରାଯାଇ ସେମାନଙ୍କୁ ଥଇଥାନ ମାଧ୍ୟମରେ ଭବିଷ୍ୟତର ସୁନାଗରିକ ଗଠନରେ ଚେଷ୍ଟିତ ହେବାକୁ କହିଥିଲେ । ଅଧ୍ୟକ୍ଷା ଭାରତୀ ମହାନନ୍ଦ ତାଙ୍କର ପରାମର୍ଶରେ କହିଥିଲେ ଯେ ସରକାର ଶିଶୁଙ୍କ ପାଇଁ ଯାହା ସବୁ ଯୋଜନା, ଅଧିକାର ବ୍ୟବସ୍ଥା ରଖିଛନ୍ତି ତାହାର ବ୍ୟାପକ ପ୍ରଚାର- ପ୍ରସାର ଅଙ୍ଗନୱାଡି କେନ୍ଦ୍ରରୁ ଆରମ୍ଭ କରିବା ଦରକାର ବୋଲି କହିଥିଲେ । ତେବେ କୌଣସି ବି ଶିଶୁ ଯେପରି ପିତା ଅବା ମାତା କିମ୍ବା ଉଭୟ ମାତା – ପିତାଙ୍କୁ କରୋନା କାଳରେ ହରାଇଥାନ୍ତି, ତେବେ ସେମାନେ ଓଡିଶା ସରକାରଙ୍କ ଆଶୀର୍ବାଦ ଯୋଜନା ଅବା ପ୍ରଧାନମନ୍ତ୍ରୀ ଯତ୍ନ ପାଣ୍ଠି ପାଇଁ ଯୋଗ୍ୟତା ଥିଲେ ବାଦ ପଡିନଯାଆନ୍ତି, ତାଙ୍କୁ ସମସ୍ତେ ମିଳିତ ଭାବେ ସୁନିଶ୍ଚିତ କରନ୍ତୁ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଚେତାଇ ଦେଇଥିଲେ ।

Leave A Reply

Your email address will not be published.

four × 5 =