ତାତିରୁ ମିଳିପାରେ ଆଶ୍ୱସ୍ତି : ୩ରୁ ୫ ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ତାତିରୁ ମିଳିପାରେ ଆଶ୍ୱସ୍ତି । ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା । ୩ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା । ୭ ଏବଂ ୮ ତାରିଖରେ ତ୍ରୀବ ହୋଇପାରେ କାଳବୈଶାଖୀ ପ୍ରଭାବ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ରାଜ୍ୟକୁ ବଙ୍ଗୋପସାଗରରୁ ସାମୁଦ୍ରିକ ପବନ ଧୀରେ ଧୀରେ ବଢୁଛି । ଯାହା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଗତକାଲି ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧ ଓ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.

five + thirteen =

error: Content is protected !!