ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ : ମା’ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ବେଙ୍ଗାପାଟିଆ ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ଯାଜପୁର ରୋଡ୍‌ ଥାନା ବେଙ୍ଗପାଟିଆ ଗାଁର ଗଣେଷ ମଣ୍ଡଳଙ୍କ ଘରେ ବିଦ୍ୟୁତ ମରାମତି ହେଉଥିଲା । ଏହି ସମୟରେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ବାପା ଗଣେଷ ମଣ୍ଡଳ, ପୁଅ ଆଶୁ ମଣ୍ଡଳ ଏବଂ ମା’ ତୁଳସୀ ମଣ୍ଡଳ । ତିନିଜଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ଦାନଗଦି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବାପା-ପୁଅଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ଦାନଗଦି ମେଡିକାଲ୍‌ରେ ମା’ ତୁଳସୀ ମଣ୍ଡଳଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.

seventeen + ten =

error: Content is protected !!