ପାଟଣାଗଡ଼ରେ କଂଗ୍ରେସ୍‌କୁ ଝଟ୍‌କା : କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲେ ବରିଷ୍ଠ ସକ୍ରିୟ ନେତା, କର୍ମକର୍ତ୍ତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ରେ କଂଗ୍ରେସ୍‌କୁ ଲାଗିଛି ବଡ଼ ଝଟ୍‌କା । କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଛନ୍ତି ବରିଷ୍ଠ ସକ୍ରିୟ ନେତା, କର୍ମକର୍ତ୍ତା । ବେଲପଡା ବ୍ଲକର ବରିଷ୍ଠ ସକ୍ରିୟ କଂଗ୍ରେସ ନେତା ମହାବୀର ବେହେରା ଏବଂ ପ୍ରକାଶ ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି କଂଗ୍ରେସ ଦଳର ବହୁ ନେତାଙ୍କ ସହ କର୍ମୀମାନେ । ବିଧାୟକ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ଓ ବିଜେଡ଼ି ସରକାରଙ୍କ ଜନାଭିମୁଖୀ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେମାନେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା କହିଛନ୍ତି । ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.

19 + nine =