pakka

ଦୁଇ ବାପ ଛେଉଣ୍ଡ ଝିଅ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ : ପାଇବେ ସରକାରୀ ସହାୟତା

bbehera

କଳାହାଣ୍ଡି, (ପି. କେ. ସାହୁ) : ଭଗବାନଙ୍କ ବିଚିତ୍ର ନିୟମ । ଯେଉଁ ବୟସରେ ବାପା ମା’ଙ୍କ ସ୍ନେହ ଟିକେ ପାଇବା ପାଇଁ ଏକ କୋମଲମତି ଛୁଆ ସ୍ବପ୍ନ ଦେଖୁଥାଏ, ସେହି ସମୟରେ କିଛି ଛୁଆଙ୍କୁ ତାହା ମିଳିନଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ପ୍ରତାପପୁର ଗାଁରେ । ସୂଚନା ଅନୁସାରେ ଗାଁର ଧନୁର୍ଯୟ ରାଉତ ତାଙ୍କର ସ୍ତ୍ରୀ ନୁର ରାଉତ ଓ ଦୁଇ ଝିଅ ଦୋଳେଶ୍ୱରୀ ଓ ବିଳାସିନୀଙ୍କୁ ନେଇ ପରିବାର ବେଶ ହସ ଖୁସିରେ ଚାଲୁଥିଲା । ଦୈନିକ ଯାହା ରାଜଗାର କରି ଧନୁର୍ଯୟ ଆଣୁଥିଲେ ସେଥିରେ ପରିବାର ବେଶ ହସ ଖୁସିରେ ଥିଲେ । ହେଲେ ଦଇବର ଖେଳଥିଲା ଅଲଗା । ଗତ ଲକଡାଉନ ସମୟରେ ଧନୁର୍ଯୟ କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇଥିଲେ । ସ୍ତ୍ରୀ ପାରୁ ପଯ୍ୟନ୍ତ ବିଭିନ୍ନ ହସ୍ପିଟାଲକୁ ନେଲେ ହେଲେ କୌଣସି ସୁଫଳ ମିଳିନଥିଲା । ନିଜର ସୁନା, ଗହଣା, ଜମି ମଧ୍ୟ ବନ୍ଧକ ରଖି ତାଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ମଧ୍ୟ ନେଇଥିଲେ, ହେଲେ କିଛି ଉନ୍ନତି ଘଟିଲା ନାହିଁ । ଗତ କରୋନା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ୱାମୀଙ୍କୁ ହରେଇ ନୁର ମଧ୍ୟ ଭାଙ୍ଗି ପଡ଼ିଥିଲେ । ଏହାର କିଛିମାସ ପରେ ଅଲଗା ସ୍ୱାମୀଙ୍କ ହାତ ଧରିଲେ ନୁର । ଦୁଇ ଭଉଣୀ କାହା ପାଖରେ ରହିବେ ଖାଇବେ କଣ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଥିଲା । ପରେ ତାଙ୍କର ବଡ ବାପା ସେମାନଙ୍କୁ ନିଜର ହେପାଜତରେ ରଖିଛନ୍ତି । ସେମାନଙ୍କ ଭବିଷ୍ୟତକୁ ନଜରରେ ରଖି କିଛି ସରକାରୀ ସହାୟତା ଯୋଗାଇ ଦେବାକୁ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କ ସହ ଫୋନରେ ଯୋଗାଯୋଗ କରି ପଚାରିଥିଲେ । ଖବର ପାଇ ଯଶୋବନ୍ତ ରଣା ସେମାନଙ୍କ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ଅଫିସକୁ ଆଣିବାକୁ କହିଥିଲେ ଓ ସାଙ୍ଗରେ ସମସ୍ତ ଡକ୍ୟୁମେଣ୍ଟ ଆଣିବାକୁ କହିଥିଲେ । ଗତ କିଛିଦିନ ତଳେ ସେମାନଙ୍କୁ ଡିସିପିଓ ଅଫିସ ଆଣି ଆଶୀର୍ବାଦ ଯୋଜନାରେ ସାମିଲ କରାଗଲା । ଦୁଇଜଣ ଝିଅଙ୍କୁ ମାସିକ ୧୫୦୦ ସହ ଟଙ୍କା ମିଳିବ । ଏହି ଅର୍ଥ ରାଶି ରାଜ୍ୟ ସରକାର ବହନ କରିବେ । ସେହିପରି ସେମାନଙ୍କ ସମସ୍ତ ପାଠପଢା ଖର୍ଚ ରାଜ୍ୟ ସରକାର ବହନ କରିବେ । ଦୁହିଁଙ୍କ ନାଁରେ ଏକ ଅନ୍ତୋଦୟ କାର୍ଡ ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଯଶୋବନ୍ତ ରଣା ଲିଖିତ ଆକାରରେ ଜଣାଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାଯ୍ର୍ୟକୁ ଦୁଇ ଶିଶୁ ଓ ତାଙ୍କର ପରିବାର ଖୁବ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

one + 15 =