jayashree

ବଡ଼ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଠାକୁରଙ୍କ ଏହି ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥିତ ରାଜାଘର ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ବ୍ୟାପି ଅଗଣିତ ଭକ୍ତଙ୍କ ସମାଗମରେ ଭକ୍ତିମୟ ପରିବେଶ ମଧ୍ୟରେ ଖୁବ୍ ଉତ୍ସବମୁଖର ହୋଇଉଠିଥାଏ । ଦୈନିକ ପୂଜାପାର୍ବଣ ସହ ସବୁ ପ୍ରକାରର ବିଧିବିଧାନ ଆଦି ସମାହିତ ହୋଇଆସିଥାଏ । ୧୯୨୦ ମସିହାରେ ପ୍ରତିଷ୍ଠିତ ରାଜ୍ ପରିବାରଙ୍କ ପୃଷ୍ଠପୋଷକତାରେ ତାଡେପଲ୍ଲୀ ସାହିରେ ସ୍ଥାପିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ୧୨ ମାସରେ ୧୩ ପର୍ବ ଭଳି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଆସୁଛି । ଶନିବାର ହରି ଉତ୍ଥାପନ ଏକାଦଶୀ ତିଥିରେ ପ୍ରାୟ ଦଶହଜାର ଭକ୍ତଙ୍କ ସମାଗମ ହୋଇଥିଲା । ରତ୍ନସିଂହାସନ ଉପରେ ଅନୁଷ୍ଠିତ ଶ୍ରୀଜୀଉଙ୍କ ସୁନାବେଶ ଦେଖି ଅଗଣିତ ଭକ୍ତ ବିମୋହିତ ହୋଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ମାତାଙ୍କ ଶ୍ରୀ ଅଙ୍ଗରେ ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ କରାଯାଇ ଶ୍ରୀ ଜୀଉଙ୍କ ବେଶ ଲାଗି କରାଯାଇଥିଲା । ଏହି ମନ୍ଦିର ଚତୁଃପାର୍ଶ୍ୱରେ ବିଭିନ୍ନ ଦେବାଦେବୀଙ୍କ ପାର୍ଶ୍ୱ ମନ୍ଦିର, ବିଗ୍ରହ ନିର୍ମାଣ ହୋଇଥିବା ସାଂଗକୁ ଚିତ୍ତାକର୍ଷକ ମୂର୍ତ୍ତିରେ ମନ୍ଦିରର ସବୁ କାନ୍ଥରେ ଅଙ୍କିତ ହୋଇଥାଏ । ଏହି ମନ୍ଦିରରେ ଦୈନିକ ଶ୍ରୀମନ୍ଦିରର ନୀତିକାନ୍ତି ଭଳି ସମାହିତ ହୋଇଥାଏ । ଏହି ମନ୍ଦିରରେ ଦୈନିକ ଚଳଚଞ୍ଚଳ ଲାଗିରହିଥାଏ ।

Leave A Reply

Your email address will not be published.