pakka

ଅବସରପ୍ରାପ୍ତ କଲେଜ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଡଙ୍ଗାଘାଟ ଗ୍ରାମ ଓ ଆଖପାଖ ଅଞ୍ଚଳର ବିଶିଷ୍ଟ ଶିକ୍ଷାପ୍ରେମୀ ତଥା ପଦ୍ମପୁର ଅଞ୍ଚଳ କଲେଜର ଅବସରପ୍ରାପ୍ତ ହେଡକ୍ଲର୍କ ଓ ମହିଳା ବିଦ୍ୟାଳୟ, ପଦ୍ମପୁର ଅବସରପ୍ରାପ୍ତ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ଆଜି ସକାଳ ୯ ଘ. ୨୭ମି. ସମୟରେ ତାଙ୍କ ଡଙ୍ଗାଘାଟ ବାସ ଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଭୁବନେଶ୍ବରର ଶ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହେଉଥିଲା । ସେ ଡଙ୍ଗାଘାଟ ଏମ୍‌.ଇ.ସ୍କୁଲ ତଥା ହାଇ ସ୍କୁଲର ପ୍ରାଣ ପ୍ରତିଷ୍ଠିତା ଥିଲେ । ସେ ତାଙ୍କ ପଛରେ ତାଙ୍କ ଧର୍ମପତ୍ନୀ, ତିନିଝିଅ – ଚାରିଜ୍ବାଇଁ, ନାତି – ନାତୁଣୀ, ଓ ଏକମାତ୍ର ପୁତ୍ର ଚନ୍ଦ୍ର ଶେଖର(ପପ୍ପୁ)ଙ୍କୁ ଛାଡି ଯାଇଛନ୍ତି । ପରଲୋକ ଖବର ପାଇ ପଦ୍ମପୁର ତଥା ନିକଟବର୍ତ୍ତୀ ଗ୍ରାମ ଗୁଡିକ କର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିଥିବା ବେଳେ ପୁତ୍ର ପପ୍ପୁ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

2 + eleven =