pakka

ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

bbehera

କନ୍ଧମାଳ, (କେପିଏନଏସ୍) : ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ଦ୍ୱିଦିବସୀୟ ରାଜ୍ୟ ସ୍ତରୀୟ ସମ୍ମିଳନୀ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନରେ ସଂଘର ସଦସ୍ୟମାନେ ସ୍ଥାନୀୟ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥିବା ବେଳେ ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦ୍ୱିତୀୟ ଦିବସରେ ସମ୍ମିଳନୀ ସଭା କାର୍ଯ୍ୟ ଆୟୋଜନ ହୋଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା, ସମ୍ମାନିତ ଅତିଥି ଭାବେ ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର, ମୁଖ୍ୟବକ୍ତା ଭାବେ ଜି.ଉଦୟଗିରି ବିଧାୟକ ସାଲୁଜା ପଧାନ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ଅବସରରେ ସାରା ଓଡ଼ିଶାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର ସଭାପତି ମାନଙ୍କୁ ସମ୍ମାନୀତ କରାଯାଇଛି ।

Leave A Reply

Your email address will not be published.

15 + 8 =