pakka

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଙ୍ଗାଳପତ୍ରା ଗାଁକୁ ନାହିଁ ରାସ୍ତା : ଭୋଟ ବର୍ଜନ କରିବାକୁ ଚେତାବନୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳପତ୍ରା ଗ୍ରାମକୁ ନାହିଁ ପକ୍କା ରାସ୍ତା । ସୂଚନା ଅନୁସାରେ ଅଛରାଏ ବର୍ଷା ହେଲେ କାଦୁଅ ସରସର ରାସ୍ତାରେ ଯିବା କଷ୍ଟକର ହୋଇପଡ଼େ, ନିର୍ବାଚନ ସମୟରେ ଏହି ଗ୍ରାମକୁ ପକ୍କା ସଡ଼କ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରତିଶୃତି ଦିଆଯାଇଛି ଏବଂ କୌଣସି ଥର ପ୍ରତିଶୃତି ପୂରଣ ହୋଇନଥିବାରୁ ଗ୍ରାମବାସୀ ସରକାର ତଥା ପ୍ରଶାସନ ଉପରେ ବିଶ୍ୱାସ ହରେଇ ବସିଛନ୍ତି ବୋଲି ମତ ପ୍ରକାଶ ପାଇଛି । ଜନସଂଖ୍ୟା ପାଖାପାଖି ୪୦୦ରୁ ୫୦୦ । ଏହି ଗ୍ରାମକୁ ଯାତାୟାତ କରିବା ପାଇଁ ମାତ୍ର ଗୋଟିଏ ରାସ୍ତା ଥିବା ବେଳେ ଏବେ ତାହା କାଦୁଅ ସରସର । ରାସ୍ତା ଯୋଗୁଁ ଅନେକ ଦୁର୍ଘଟଣା ହୋଇଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସୁନଥିବା ଲୋକେ କହୁଛନ୍ତି । ଫଲରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ତଥା ସ୍ଥାନୀୟ ରାଜନେତାଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କାର୍ୟ୍ୟକାରୀ ହଉନାହିଁ ବୋଲି ମତ ପ୍ରକାଶ ପାଉଛି । ଏଇ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ରାସ୍ତା ନିର୍ମାଣ କରାନଗଲେ ଅଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ରେଙ୍ଗାଳପତ୍ରା ଗ୍ରାମବାସୀ ।

Leave A Reply

Your email address will not be published.

five × 2 =